ଟକ୍କର

୨୦୧୮ ଥିଲା ଭାରତ ପାଇଁ ଅନେକ ଆହ୍ବାନ ଏବଂ ରାଜନୈତିକ ଉତ୍‌ଥାନ ପତନର ବର୍ଷ। ୨୦୧୮ରେ ନ୍ୟାୟପାଳିକାର ସକ୍ରିୟତା ବିଶେଷ ଭାବେ ଦେଖିବାକୁ ମିଳିଥିବା ବେଳେ ସୁପ୍ରିମ କୋର୍ଟଙ୍କ ଅନେକ ଯୁଗାନ୍ତକାରୀ ରାୟ ଚର୍ଚ୍ଚାରେ ରହିଥିଲା। ବର୍ଷ ଆରମ୍ଭରୁ ସୁପ୍ରିମ୍‌ କୋର୍ଟ ବିଚାରପତିଙ୍କ ‘‌ବିଦ୍ରୋହ’ ଝଡ଼ ସୃଷ୍ଟି କରିଥିଲା। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଦମନ ପାଇଁ ସେନାର ଅପରେସନ ଅଲଆଉଟ ମଧ୍ୟ ଅନ୍ୟତମ ଚର୍ଚ୍ଚିତ ପ୍ରସଙ୍ଗ ରହିଥିଲା। ଦେଶରେ ରାଜନୈତିକ ହି˚ସା ଏବଂ ଭିଡ଼ ହିଂସା ମଧ୍ୟ ଉଦ୍‌ବେଗ ସୃଷ୍ଟି କରିଥିଲା। ତମାମ ବର୍ଷ ରାଜନୈତିକ ହଟଚମଟ, ବିଭିନ୍ନ ରାଜ୍ୟରେ ନିର୍ବାଚନ, ରାଫେଲ ବିବାଦ, ଅଗଷ୍ଟା ଦୁର୍ନୀତି, ବିଭିନ୍ନ ଅର୍ଥନୈତିକ ଦୁର୍ନୀତି ଏବ˚ ସ˚ସଦ ଅଚଳ ରହିବା ପରି ପ୍ରସଙ୍ଗ ଛାଇ ଯାଇଥିଲା। ସେହିପରି ବିଭିନ୍ନ ପ୍ରାନ୍ତରେ ଆକସ୍ମିକ ଭାବେ ଦେଖାଦେଇଥିବା ଅପରାଧ, ଆତଙ୍କବାଦ, ଦୁର୍ଘଟଣା, ହି˚ସା ଓ ଦୁର୍ବିପାକ ଭଳି ଘଟଣାପ୍ରବାହ ମଧ୍ୟ ଲୋକଙ୍କ ମନରେ ସାମୟିକ ଭାବେ ଉତ୍ତେଜନା, ଆଶଙ୍କା, ଓ ହତାଶାର ଛାପ ଛାଡ଼ିଯାଇଥିଲା। ସୁଖଦୁଃଖର ମିଶ୍ରସ୍ମୃତି ସମ୍ବଳିତ ସେହି ୨୦୧୮କୁ ପୁଣି ଥରେ ମନେପକାଇବା ପାଇଁ ସମୟ ସୁଅରେ ଲୀନ ହୋଇସାରିଥିବା କିଛି ମୁହୂର୍ତ୍ତକୁ ସାଉଁଟି ଆଣିବାକୁ ଏଠାରେ ପ୍ରୟାସ କରାଯାଇଛି।

୨୦୧୮ ଥିଲା ଭାରତୀୟ ରାଜନୀତିରେ ‘ବ୍ରାଣ୍ଡ୍‌ ମୋଦୀ’ ପାଇଁ ଝଟ୍‌କାର ବର୍ଷ। ବିଜେପିର ଦୁର୍ଗ ଭାବେ ପରିଚିତ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାରର ପତନ ଘଟାଇ କଂଗ୍ରେସ କ୍ଷମତାକୁ ଫେରିବା ପରେ ୨୦୧୯ ସାଧାରଣ ନିର୍ବାଚନକୁ ନେଇ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ରଣନୀତି ବଦଳାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଚ୍ୟ‌ାଲେଂଜ ଦେଉଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ‘କର ବା ମର’ ଲଢ଼େଇରେ ଅବତୀର୍ଣ୍ଣ ହୋଇଛନ୍ତି।

ମୋଦୀ ୨୦୧୮ରେ ବର୍ଷ ତମାମ ତାଙ୍କର ବିଭିନ୍ନ ବିବାଦୀୟ ନିଷ୍ପତ୍ତିକୁ ନେଇ ବିରୋଧୀ ଦଳର କଠୋର ସମାଲୋଚନାର ଶିକାର ହୋଇଛନ୍ତି। ଦେଶବ୍ୟାପୀ କୃଷକଙ୍କ ଶୋଚନୀୟ ସ୍ଥିତି, ବିମୁଦ୍ରୀକରଣଜନିତ ସଙ୍କଟ ଏବ˚ ଜିଏସ୍‌୍‌ଟି ବିଭ୍ରାନ୍ତି ଦେଶର ସବୁଠାରୁ ଜ୍ବଳନ୍ତ ସମସ୍ୟା ଭାବେ ସାମ୍ନାକୁ ଆସିଥିବା ବେଳେ ଏବେ ମୋଦୀଙ୍କୁ ଘେରିବା ପାଇଁ ୨୧ଟି ବି‌େରାଧୀ ଦଳ ଏକତା ଦେଖାଉଛନ୍ତି। ତେବେ ଝଡ଼ଝ˚ଜା ଭିତରେ ମୋଦୀ ନିଜ ବ୍ୟକ୍ତିତ୍ବ ଏବ˚ ପରିଶ୍ରମ ବଳରେ ଲୋକପ୍ରିୟତାକୁ କାଏମ ରଖିବାରେ ସମର୍ଥ ହୋଇଛନ୍ତି। ନିର୍ବାଚନ ବିଜୟ ପାଇଁ ବିଜେପି ସ˚ପୂର୍ଣ୍ଣ ଭାବେ କେବଳ ମୋଦୀଙ୍କ ଉପରେ ନିର୍ଭରଶୀଳ ଥିବା ବେଳେ ତାଙ୍କୁ ଟକ୍କର ଦେଉଛି ‘ବ୍ରାଣ୍ତ ରାହୁଲ୍‌୍‌’। କ˚ଗ୍ରେସ ଅଧୢକ୍ଷ ଭାବେ ଦାୟିତ୍ବ ଗ୍ରହଣ ପରେ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିରେ ଯଥେଷ୍ଟ ପରିବର୍ତ୍ତନ ଆସିଛି ଏବ˚ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କ୍ଷମତା ଦଖଲ କ˚ଗ୍ରେସର ଉତ୍ସାହକୁ ବହୁଗୁଣିତ କରିଛି। ଦଳ ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିପୁଳ ଉତ୍ସାହରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଅନ୍ୟପକ୍ଷରେ ମୋଦୀଙ୍କ ନେତୃତ୍ବକୁ ବିଜେପି ଭିତରେ ଚ୍ୟାଲେ˚ଜ କଲାଭଳି କେହି ନାହାନ୍ତି, ସବୁ ବିଜୟର ଶ୍ରେୟ ତାଙ୍କୁ ହିଁ ମିଳୁଥିବା ବେଳେ ବିଫଳତାର ଗ୍ଳାନି ମଧୢ ମୋଦୀଙ୍କୁ ହିଁ ବୋହିବାକୁ ପଡ଼ୁଛି। କ˚ଗ୍ରେସମୁକ୍ତ ଭାରତର ସ୍ବପ୍ନ ନେଇ ମଇଦାନରେ ଥିବା ମୋଦୀଙ୍କୁ ଏବେ ବଡ଼ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ୁଛି। ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପରିଣାମ କଂଗ୍ରେସ ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ବେଳେ ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି। ମଧ୍ୟ ପ୍ରଦେଶରେ ଅତ୍ୟନ୍ତ କଡ଼ା ମୁକାବିଲା ଭିତ‌ରେ କଂଗ୍ରେସ ସବୁଠାରୁ ବଡ଼ ଦଳର ମାନ୍ୟତା ହାସଲ କରି ସରକାର ଗଠନ କରିବାରେ ସକ୍ଷମ ହୋଇଥିବା ବେଳେ ଛତିଶଗଡ଼ରେ ବିଜେପିର ସ୍ଥିତି ଦୋହଲି ଯାଇଛି। ତେଲେଙ୍ଗାନାରେ ଟିଆର୍‌ଏସ୍‌ ଓ ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ବଡ଼ ବିଜୟ ହାସଲ କରି ବିଜେପିର ରଣନୀତିକୁ ବିଫଳ କରିଦେଇଛନ୍ତି। ଏହି ବିଧାନସଭା ନିର୍ବାଚନ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ୍‌ ବୋଲି କୁହାଯାଉଥିଲା ବେ‌ଳେ ଏଥିରେ ବିଜେପିର ପରାଜୟ ଏକ ବଡ଼ ବିପର୍ଯ୍ୟୟର ସୂତ୍ରପାତ କରିଛି।

ମୋଦୀ ନେତୃତ୍ବାଧୀନ ଏନ୍‌ଡିଏ ସରକାରର ପତନ ଘଟାଇବା ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ବିରୋଧୀ ଦଳ ନେତାମାନେ ମତ ଦେଇଛନ୍ତି। ମୋଦୀଙ୍କୁ ଚାଲେଞ୍ଜ୍ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ବିରୋଧୀଙ୍କୁ ଏକଜୁଟ କରିବାକୁ ସକ୍ଷମ ହେଉଥିବାରୁ ଆଗାମୀ ଦିନରେ ଜାତୀୟ ରାଜନୀତିରେ ନୂଆ ମୋଡ଼ ଆସିବ ବୋଲି କୁହାଯାଉଛି। ୨୦୧୯ ନିର୍ବାଚନରେ ରାହୁଲ ଓ ମୋଦୀଙ୍କୁ ନେଇ ହିଁ ସବୁକିଛି କେନ୍ଦ୍ରୀଭୂତ ହେବ।

ସମ୍ବନ୍ଧିତ ଖବର