ଟୋଲ ପ୍ଲାଜାରେ ଲାଗିବ ସିସି କ୍ୟାମେରା

ନୂଆଦିଲ୍ଲୀ : ଟ୍ରାଫିକ ଉପରେ ନଜର ରଖିବା ଲାଗି ସରକାର ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିବା ସଡ଼କ ପରିବହନ ଓ ଜାହାଜ ଚଳାଚଳ ଏବଂ ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ଏଲ୍ ମାଣ୍ଡଭ୍ୟ ଲୋକସଭାରେ ଆଜି ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି । ଜାତୀୟ ରାଜପଥରେ ଦେୟ ଆଦାୟ ହେଉଥିବା ୨୧୦ ଟି ଟୋଲ୍ ପ୍ଲାଜା ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ସହ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ର ମୁଖ୍ୟ କାର୍ଯ୍ୟାଲ୍ର ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟରକୁ ସଂଯୁକ୍ତ କରିବା ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି । ଏହି ପ୍ରକ୍ରିୟା ଏବେ ଜାରି ରହିଛି ଏବଂ ଏହି ଟେଣ୍ଡରର ଅବଧି ୫ ବର୍ଷ ।

ମନ୍ତ୍ରୀ କହିଥିଲେ ଯେ, କେଉଁ କେଉଁ ଟୋଲ୍ ପ୍ଲାଜାରେ ପ୍ରାରମ୍ଭିକ ଭାହବେ ଭିଡିଓ ସର୍ଭେଲାନ୍ସ ବ୍ୟବସ୍ଥା ଲାଗିବ ତାହା ଚିହ୍ନଟ କରାଯାଇଛି । ଦେୟ ଆଦାୟ କରାଯାଉଥିବା ୨୧୦ ଟି ଟୋଲ୍ ପ୍ଲାଜାକୁ ଏହି ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି ।  ଏନଏଚ୍ଏଆଇ ମୁଖ୍ୟ କାର୍ଯ୍ୟାଳୟରେ ସେଣ୍ଟ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ କରି ଆଞ୍ଚଳିକ କାର୍ଯ୍ୟାଳୟ ଓ ଟୋଲ୍ ପ୍ଲାଜା ସହ ଏହାକୁ ସଂଯୋଗ କରିବାକୁ ଯୋଜନା ରହିଛି ।  ଏଥିପାଇଁ  ୩୬ କୋଟି  ଟଙ୍କା  ବ୍ୟୟ ଅଟକଳ କରାଯାଇଛି ।

ସମ୍ବନ୍ଧିତ ଖବର