ନିର୍ବାଚନରେ ନେତା ହାରିଗଲେ, ସମାଧି ନେବାକୁ ନିଷ୍ପତ୍ତି ନେଲେ ବାବା

ଭୋପାଳ: ନିକଟରେ ସରିଥିବା ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି | ଭୋପାଳରୁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା | ତେବେ ଦିଗବିଜୟ ଜିତିବା ନେଇ ଦାବି କରିଥିବା ବାବା ବୈରାଗ୍ୟନନ୍ଦ ଗିରି ମହାରାଜ ଓରଫ ମିଃର୍ଚି ବାବା ଭାଙ୍ଗିପଡିଛନ୍ତି | ନିଜର ମିଛ ଦାବିର ପର୍ଦ୍ଦାଫାଶ ପରେ ଏବେ ସମାଧି ନେବାକୁ ଚାହିଁଛନ୍ତି ବାବା | ଭୋପାଳ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ ସମାଧି ନେବାକୁ ଚାଁହୁଥିବାର ଦର୍ଶାଇଛନ୍ତି |

MyNation Hindi

ତେବେ ଜିଲ୍ଲାପାଳ ତାଙ୍କର ଏହି ଅନୁରୋଧକୁ ଖାରଜ କରିଦେଇଛନ୍ତି | ଏଠାରେ ସୂଚନା ଥାଉ କି ଦିଗବିଜୟଙ୍କ ପାଇଁ ମିଃର୍ଚି ବାବା ଯଜ୍ଞ କରିବା ସହ ଘୋଷଣା କରିଥିଲେ ଯେ ଯଦି ଦିଗବିଜୟ ନିର୍ବାଚନରେ ନ ଜିତନ୍ତି ତେବେ ସେ ସମାଧି ନେଇଯିବେ | ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଜ୍ଞା ସିଂ ଠାକୁର ୩ ଲକ୍ଷରୁ ଅଧିକ ଭୋଟରେ ଦିଗବିଜୟଙ୍କୁ ପରାସ୍ତ କରିଥିଲେ |

ଏହାପରେ ବାବାଙ୍କ ସମାଧିକୁ ନେଇ ପ୍ରଶ୍ନ ଉଠିଥିଲା | ବାବା କିଛିଦିନ ପାଇଁ ଗାୟବ ହୋଇଯାଇଥିବାବେଳେ ୧୩ ତାରିଖ ଦିନ ସମାଧି ପାଇଁ ଆବେଦନ କରିଥିଲେ | ଜୁନ ୧୬ରେ ସମାଧି ନେବାକୁ ଅନୁମତି ମାଗିଥିଲେ |

ସମ୍ବନ୍ଧିତ ଖବର