ନିର୍ବାଚନ ପ୍ରଚାର ବେଳେ କୋଭିଡ ନିୟମ ଉଲ୍ଲଂଘନ କରି ଫଶିଗଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ; ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ନୋଏଡାରେ କଂଗ୍ରେସ ଦଳ ପାଇଁ ପ୍ରଚାର କରୁଥିବା ବେଳେ କୋଭିଡ୍‌ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ଅନ୍ୟ କେତେକଙ୍କ ବିରୋଧରେ ରବିବାର ପୁଲିସ ପକ୍ଷରୁ ମାମଲା ଦାୟର କରାଯାଇଛି।

ନିର୍ବାଚନ ପ୍ରଚାର କାଳରେ କରୋନା ଭୂତାଣୁ ସଂକ୍ରମଣକୁ କମ୍‌ କରିବା ପାଇଁ ପାଞ୍ଚ କିମ୍ବା ଅଧିକ ଲୋକଙ୍କ ସମାବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ମାମଲା ରୁଜ୍ଜୁ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ନେ୍‌ାଏଡା ଡିସିପିଙ୍କୁ ଏସଂକ୍ରାନ୍ତରେ ଲିଖିତ ଭାବେ ଜଣାଇବା ପରେ ପୁଲିସ୍‌ ପକ୍ଷରୁ ମାମଲା ରୁଜ୍ଜୁ ହୋଇଛି।

ଆହୁରି ମଧ୍ୟ, ଗତ ସପ୍ତାହରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଘୋଷିତ ନିୟମ ଅନୁଯାୟୀ- ଆସନ୍ତା ମାସରେ ପାଞ୍ଚଟି ରାଜ୍ୟରେ ମତଦାନ ପୂର୍ବରୁ – ଘର ଘର ଯାଉଥିବା ଦଳଗୁଡ଼ିକରେ ପ୍ରତି ପ୍ରଚାର ଦଳରେ କେବଳ ପାଞ୍ଚ ଜଣ ସଦସ୍ୟ ରହିପାରିବେ। ଦଳ ପାଇଁ ପ୍ରଚାର କରିବା ବେଳେ ଏ ନିୟମର ମଧ୍ୟ ଉଲ୍ଲଂଘନ କରିଥିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ଏନେଇ ନୋଏଡାର ସେକ୍ଟର ୧୧୩ର ପୁଲିସ ଷ୍ଟେସନରେ ଧାରା ୧୪୪ର ଉଲ୍ଲଂଘନ ଏବଂ ମହାମାରୀ ଆଇନର ଧାରା ଅନୁଯାୟୀ ଅଭିଯୋଗ ସହିତ ଏକ ଏଫଆଇଆର ପଞ୍ଜିକୃତ କରାଯାଇଛି।

ସମ୍ବନ୍ଧିତ ଖବର