ପୁଣି ଫୁଟିବ ଗୁଳି, ମିଳିବ ଚିକେନ୍ ଡିନରର ମଜା: ଖୁବଶୀଘ୍ର ଭାରତକୁ ଆସୁଛି ପବଜିର ବିକଳ୍ପ ‘ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ’

ଜାଣନ୍ତୁ ଲଞ୍ଚିଂ ତାରିଖ

ନୂଆଦିଲ୍ଲୀ: ଫୁଟିବ ଗୁଳି, ଚାଲିବ ଫାଇଟ୍ । ପୁଣି ଦୁଲୁକିବ ଭାରତୀୟ ବ୍ୟାଟେଲ ଗ୍ରାଉଣ୍ଡ । ପବଜି, ଏହି ଗେମକୁ କିଏ ବା ନଜାଣିଛି । ଦିନ ଥିଲା ପ୍ରତିଟି ଯୁବବର୍ଗଙ୍କୁ ପାଗଳ କରିଥିଲା ଏହି ଗେମ୍ । କିନ୍ତୁ ୨୦୨୦ରେ ଦେଶର ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଏହି ଲୋକପ୍ରିୟ ଗେମିଂ ଆପ୍ ପବଜି ଉପରେ ପ୍ରତିବନ୍ଧକ ଲଗାଇଥିଲେ ଭାରତ ସରକାର । କିନ୍ତୁ ଏବେ ପୁଣି ଥରେ ପବଜି ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର ।

ବ୍ୟାଟେଲ ଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ, ଏହି ନୂଆ ଗେମ୍ ପବଜିର ବିକଳ୍ପ ହୋଇ ଭାରତରେ ପାଦ ଦେବାକୁ ଯାଉଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜୁନ ମାସ ୧୮ ତାରିଖରେ ଏହି ଗେମ ଲଞ୍ଚ ହୋଇପାରେ ।

PUBG Battlegrounds Mobile India Release: URL (Link) of Official Sites
InsideSport

ତେବେ ପବଜିର କିଛି ଫିଚର ଏହି ଗେମରେ ରହିପାରେ । କାରଣ କିଛି ଦିନ ତଳେ ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆ ପକ୍ଷରୁ ଫେସବୁକ୍ ଏବଂ ୟୁବ୍ୟୁବରେ ୧୭ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଯେଉଁଥିରେ ପବଜିର ସାନହୋକ ମ୍ୟାପକୁ ଏହି ପୋଷ୍ଟରେ ଦେଖାଯାଇଥିଲା । ତେଣୁ ଅନୁମାନ କରାଯାଉଛି, ବ୍ୟାଟେଲଗ୍ରାଉଣ୍ଡ ମୋବାଇଲ୍ ଇଣ୍ଡିଆରେ ପବଜିର ସାନହୋକ ମ୍ୟାପ୍ ସ୍ଥାନ ପାଇପାରେ । ତେବେ ଗେମର ଏକ ପୋଷ୍ଟରରେ ପବଜିର ଲେଭଲ-୩ ହେଲମେଟର ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି ।

ସମ୍ବନ୍ଧିତ ଖବର