ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ନେଇ ପୁଣି ଓଲିଙ୍କ ବିବାଦୀୟ ବୟାନ
Oli's controversial statement on the birth of Lord Shriram
ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ପୁଣି ଥରେ ଦାବି ଦୋହରାଇଛନ୍ତି। ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ପୂର୍ବରୁ ବୟାନ ଦେଇ ବିବାଦୀୟ ହୋଇ ପଡ଼ିଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲି ଏବେ ପୁଣି ଥରେ ଶ୍ରୀରାମଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ସୃଷ୍ଟି କରିଛନ୍ତି। ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ଭାରତର ଅଯୋଧ୍ୟା ନୁହେଁ, ବରଂ ଦକ୍ଷିଣ ନେପାଳର ଅଯୋଧ୍ୟାପୁରୀ ବୋଲି ନେପାଳ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରପକ୍ଷେ, ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଦେଖା ଦେଇଥିବା କ୍ଷମତା ଲଢ଼େଇକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏଭଳି ଅଯୁକ୍ତିକର ବୟାନ ଦେଉଛନ୍ତି ବୋଲି ବିରୋଧୀମାନେ କହିଛନ୍ତି। ଏବେ ନେପାଳ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗ ହେବାକୁ ବସିଛି। ଏଭଳି ସ୍ଥିତିରେ ନିଜ ସ୍ଥିତି ରକ୍ଷା ପାଇଁ ଓଲି ଏଭଳି ବିବାଦୀୟ ବୟାନ ଦେଇ ନଜର ହଟାଇବାକୁ ଉଦ୍ୟମ କରୁଛନ୍ତି। ଏହା ପୂର୍ବରୁ ଭାରତର ଲିମ୍ପିୟାଧୁରା, କାଲାପାଣି, ଲିପୁଲେଖକୁ ନିଜର ଦର୍ଶାଇ ନେପାଳ ବିବାଦୀୟ ମାନଚିତ୍ର ପ୍ରସ୍ତୁତ କରି ନେପାଳ ଭାରତ ସହ ଶତୃତା ଆରମ୍ଭ କରିଛି।