ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶା ଉପରେ ପ୍ରଭାବ ନାହିଁ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ନିକଟବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ସୃଷ୍ଟି ହୋଇଥିବା ସାଇକ୍ଲୋନିକ ସାର୍କୁଲେସନ ଆଜି ଅର୍ଥାତ ୩୧ ମାର୍ଚ୍ଚରେ ଏକ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ପୂର୍ବ ଦିନଗରେ ଗତି କରି ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ଏକ ବାତ୍ୟା ରୂପ ନେବାର ସମ୍ଭାବନା କମ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଏହି ଲଘୁଚାପ ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ଏହି ଲଘୁଚାପର ପ୍ରଭାବ ମୂଳ ଭୂଖଣ୍ଡ ଉପରେ ପଡ଼ିବାର ସମ୍ଭାବନା କମ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଲଘୁଚାପ ସମୁଦ୍ର ମଧ୍ୟରେ ହିଁ ଦୁର୍ବଳ ହୋଇଯାଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ।

 

ସମ୍ବନ୍ଧିତ ଖବର