ତେଲେଙ୍ଗାନା: ଭାରତୀୟ ବାୟୁ ସେନାର ଏକ ତାଲିମ ବିମାନ ଆଜି ଭୟଙ୍କର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଥିବା ଜଣାଯାଇଛି। ‘କିରନ କ୍ରାଫ୍ଟ’ ତାଲିମ ବିମାନ ହାଇଦ୍ରାବାଦ୍ର ହକିମପେଟ୍ର ଏୟାର ଫୋର୍ସ ଷ୍ଟେସନରୁ ରୁଟିନ ଟ୍ରେନିଙ୍ଗ ମିସନ୍ରେ ବାହାରିଥିଲା କିନ୍ତୁ ତେଲେଙ୍ଗାନାର କିସାରା ଗ୍ରାମରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲେ ମଧ୍ୟ ପାଇଲଟଙ୍କର କିଛି କ୍ଷତି ହୋଇନାହିଁ ଏବଂ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାର କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ ହୋଇସାରିଛି।