ବୃଦ୍ଧ ପିତାମାତା ପରିତ୍ୟାଗକାରୀଙ୍କୁ ୬ ମାସ ଜେଲ୍‌ଦଣ୍ଡ ଦେବାକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ବୟୋବୃଦ୍ଧ ପିତାମାତାଙ୍କୁ ପରିତ୍ୟାଗ କି, ହଇରାଣ କରୁଥିବା ଲୋକଙ୍କ ପ୍ରତି ଜେଲ୍‌ ଦଣ୍ଡ ବଢ଼ାଇବାକୁ ନରେନ୍ଦ୍ର ମୋଦି ସରକାର ଯୋଜନା କରୁଛନ୍ତି। ଏଥିପାଇଁ ସମ୍ପ୍ରତି ୩ ମାସ ଥିବା ଜେଲ୍‌ ଦଣ୍ଡକୁ ୬ ମାସ କରାଯିବାର ଯୋଜନା ରଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

‘ମେଣ୍ଟେନାନ୍‌ସ୍‌ ଆଣ୍ଡ୍‌ େଓ୍ଵଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ୍‌ ସିନିୟର୍‌ ସିଟିଜେନ୍‌ ଆକ୍ଟ୍‌, ୨୦୦୭’କୁ ସମୀକ୍ଷା କରୁଥିବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏଥିରେ ପିଲାମାନଙ୍କ ସଂଜ୍ଞାକୁ ମଧ୍ୟ ସବିଶେଷ ସ୍ପଷ୍ଟ କରିବାକୁ ଯୋଜନା କରଛି। ପୋଷ୍ୟ, ସାବତ ପିଲା, ଜ୍ୱାଇଁ ଓ ବୋହୂ, ନାତିନାତୁଣୀ, ଆଇନଗତ ଅଭିଭାବକମାନଙ୍କ ଦ୍ୱାରା ପ୍ରତିନିଧିତ୍ୱ ହେଉଥିବା ନାବାଳ ଆଦିଙ୍କ ପ୍ରସଙ୍ଗ ଏଥିରେ ରହିଛି ବୋଲି ମନ୍ତ୍ରାଳୟର ଅଧିକାରୀ ଜଣକ କହିଛନ୍ତି।

ପ୍ରଚଳିତ ଆଇନ୍‌ ଅନୁସାରେ କେବଳ ଆପଣା ଜନ୍ମିତ ପିଲା ଓ ନାତିନାତୁଣୀ ଏହି ବ୍ୟବସ୍ଥା ଅଧୀନରେ ଆସୁଛନ୍ତି।

‘ମେଣ୍ଟେନାନ୍‌ସ୍‌ ଆଣ୍ଡ୍‌ େଓ୍ଵଲ୍‌ଫେୟାର୍‌ ଅଫ୍‌ ପ୍ୟାରେଣ୍ଟ୍‌ସ୍‌ ଆଣ୍ଡ୍‌ ସିନିୟର୍‌ ସିଟିଜେନ୍‌ ଆକ୍ଟ୍‌ ୨୦୧୮’ ଅନୁମୋଦନ ଲାଭ କରିବା ପରେ ଏବକାର ଆଇନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ।

ସମ୍ବନ୍ଧିତ ଖବର