ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପା‌ଦିକା ପ୍ରିୟଙ୍କା ଗାନ୍ଧୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଆଜି ବହିଷ୍କାର କରିଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ଖରାପ୍‌ ପ୍ରଦର୍ଶନ ପାଇଁ ପ୍ରିୟଙ୍କା ନିକଟରେ କଂଗ୍ରେସ କର୍ମୀମାନଙ୍କୁ ଚେତାବନୀ ଦେଇଥିଲେ। ଯେଉଁ କର୍ମୀମାନେ ନିଷ୍ଠାର ସହ କାମ କରିନାହାନ୍ତି ତାହା ସେ ଜାଣିପାରିବେ ବୋ‌ଲି କହିଥିଲେ। ଏହାର କିଛି ଦିନ ପରେ ଆଜି ପ୍ରିୟଙ୍କା ନିଜର ବ୍ୟକ୍ତିଗତ ସଚିବଙ୍କୁ ବହିଷ୍କାର କରିବା ଚର୍ଚ୍ଚାର ବିଷୟ ହୋଇଛି। ସନ୍ଦୀପ ସିଂହ ନୂଆ ସଚିବ ଭାବେ ଅବସ୍ଥାପିତ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର