ମୋଦୀଙ୍କୁ ନୈଶଭୋଜିରେ ଆପ୍ୟାୟିତ କରିବେ ବାଇଡେନ!

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ‘ଷ୍ଟେଟ୍ ଡିନର’ର ଆୟୋଜନ କରୁଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଚଳିତ ଗ୍ରୀଷ୍ମଋତୁରେ ମୋଦୀଙ୍କ ଉକ୍ତ ଆମେରିକା ଗସ୍ତ ଦୁଇଦେଶର ସମ୍ପର୍କକୁ ଆହୁରି ମଜଭୁତ କରିବ। ଏହି ଅବସରରେ ଏକ ମୁକ୍ତ ଭାରତ-ପ୍ରଶାନ୍ତ ନୀତି ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ।

ଜୁନ୍‌ରେ ମୋଦୀଙ୍କ ପାଇଁ ନୈଶଭୋଜିର ଆୟୋଜନ କରିବାକୁ ହ୍ବାଇଟ୍ ହାଇସ୍ ପକ୍ଷରୁ ଆପାତତଃ ନିଷ୍ପତ୍ତି ନିଆଯାଇଥିବା ବେଳେ ନିର୍ଦ୍ଦିଷ୍ଟ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ଆମେରିକା ଜାତୀୟ ସୁରକ୍ଷା କାଉନ୍‌ସିଲର ଜନୈକ ମୁଖପାତ୍ର ଏ ନେଇ ସୂଚନା ଦେଇଥିବା ବେଳେ ଅଧିକ କିଛି କହିବାକୁ ସେ ରାଜି ହୋଇ ନ ଥିଲେ।

ଆସନ୍ତା ସେପ୍ଟେମ୍ବରରେ ଭାରତ ନୂଆଦିଲ୍ଲୀରେ ଜି୨୦ ଶିଖର ବୈଠକ ଆୟୋଜନ କରିବ। ଏଥିରେ ୟୁକ୍ରେନ୍ ଯୁଦ୍ଧ ଉପରେ ମୁଖ୍ୟତଃ ଆଲୋଚନା ହେବ। ତେବେ ଏଥିରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେ କି ନା ତାହା ଜଣାପଡ଼ି ନାହିଁ। ଆସନ୍ତା ମେ ମାସରେ ଅଷ୍ଟ୍ରେଲିଆରେ ହେବାକୁ ଥିବା କ୍ବାଡ୍ ସମ୍ମିଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବାଇଡେନଙ୍କର ସାକ୍ଷାତ୍ ଓ ଆଲୋଚନା ହେବ। ଏଥିରେ ଅଷ୍ଟ୍ରେଲିଆ ଓ ଜାପାନର ନେତାମାନେ ମଧ୍ୟ ଯୋଗ ଦେବେ।

ସମ୍ବନ୍ଧିତ ଖବର