ରବିବାରଠାରୁ ମହାରାଷ୍ଟ୍ରରେ ରାତ୍ରକାଳୀନ କର୍ଫ୍ୟୁ

ମୁମ୍ବାଇ : ମହାରାଷ୍ଟ୍ରରେ କରୋନା ସ୍ଥିତି ଅଣାୟତ୍ତ ଆଡ଼କୁ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ସରକାର ରାଜ୍ୟରେ ଆସନ୍ତା ରବିବାରଠାରୁ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରିଛନ୍ତି । ଏହାସହିତ ରାଜ୍ୟରେ କରୋନା କଟକଣାର କଡ଼ାକଡ଼ି ପାଳନ ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ଲୋକମାନେ କଟକଣାକୁ ଠିକଭାବରେ ପାଳନ କରନ୍ତି ତେବେ ଆହୁରି କଡ଼ା କଟକଣା ଲଗାଇବାକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଲକଡାଉନ ଲଗାଇବାର କୌଣସି ସମ୍ଭାବନା ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି ।

ମହାରାଷ୍ଟ୍ରରେ ବଢିଚାଲିଥିବା କରୋନା ସଂକ୍ରମଣ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ଗୁରୁବାରଦିନ ମହାରାଷ୍ଟ୍ରରେ ୩୫୯୫୨ ନୂଆ ମାମଲା ଚିହ୍ନଟ ହୋଇଛି, ଯାହାକି କରୋନା ସଂକ୍ରମଣ ଆସିବା ଦିନଠାରୁ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଫଳରେ ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ପ୍ରାୟ ୨ ଲକ୍ଷ ୮୨ ହଜାର ସକ୍ରିୟ ଆକ୍ରାନ୍ତ ଅଛନ୍ତି ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର