ଲଖ୍‌ଡାଉନ୍‌ କରୋନା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ, ରାପିଡ୍‌ ଟେଷ୍ଟ୍‌ ଜରୁରୀ: ରାହୁଲ୍‌

ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦକୁ ନେଇ ନୂଆ ଗାଇଡ଼ଲାଇନ୍ ଜାରି ହୋଇ ସାରିଥିବା ବେଳେ ବରୋଧୀ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ । ଗରିବ ଲୋକଙ୍କ ପାଇଁ ସାହାଯ୍ୟ ଘୋଷଣା କରାଯାଉ ବୋଲି ବାରମ୍ବାର ଦାବି କରି ଆସୁଛନ୍ତି । ଏପଟେ କରୋନା ଓ ତାଲାବନ୍ଦ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରେସ କନଫରେନ୍ସ କରିଛନ୍ତି । ସେ କହିଛନ୍ତି, ଦେଶରେ ସ୍ଥତି ବର୍ତ୍ତମାନ ଗମ୍ଭୀର ରହିଛି । ଏପରି ସଙ୍କଟ ସମୟରେ ସମସ୍ତ ରାଜନୈତିକ ଦଳ ଏକାଠି ମିଳିମଶି କାମ କରିବା ଉଚିତ ।

ତେବେ କରୋନା ପାଇଁ ଲକଡାଉନ୍ ସମସ୍ୟାର ସମାଧାନ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଲକଡାଉନ ଉଠିବା ପରେ ପୁଣି କାୟା ବିସ୍ତାର କରିବ କରୋନା । ଲକଡାଉନ୍ କେବଳ ପଜ ବଟନ ପରି କାମ କରେ । ସାମୟିକ ସମୟ ପାଇଁ ଦେଶରେ ଏହାର ପ୍ରଭାବ ଦେଖାଯିବ ।  ଲକଡାଉନ କେବଳ ପ୍ରସ୍ତୁତି ପାଇଁ ଏକ ସମୟ ଦେବ । ତାଲାବନ୍ଦ ପାଇଁ ସ୍ୱତନ୍ତ୍ର ରଣନୀତ ଆବଶ୍ୟକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ଅନ୍ୟପଟେ କରୋନା ପାଇଁ ସବୁଠାରୁ ବଡ଼ ଅସ୍ତ୍ର ରାପିଡ଼୍ ଟେଷ୍ଠିଂ ବୋଲି ସେ କହିଛନ୍ତି । ଟେଷ୍ଟିଂ ଜରିଆରେ ହିଁ କରୋନାକୁ କାବୁ କରାଯାଇ ପାରିବ । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ରାପିଡ୍‌ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବା ଅଧିକ ଆବଶ୍ୟକ । ଫଳରେ କୌଣସି ଆକ୍ରାନ୍ତ ବାଦ ପଡିବେନି । ପୂରା ଦେଶ ଏ କ୍ଷେତ୍ରରେ ଏକାଠି ହୋଇ ଲଢିବା ଦରକାର । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

ସମ୍ବନ୍ଧିତ ଖବର