ନୂଆଦିଲ୍ଲୀ : ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍ ପାଶ ହୋଇଛି । ବିଲର ସପକ୍ଷରେ ୨୪୫ଟି ଭୋଟ ପଡିଥିବାବେଳେ ବିପକ୍ଷରେ ମାତ୍ର ୧୧ଟି ଭୋଟ ପଡିଥିଲା । ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାନଯିବାରୁ କଂଗ୍ରେସ, ଏଆଇଡିଏମକେ, ଟିଏମସି ଓ ଆରଜେଡି ଭୋଟ ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ । ଏହି ବିଲ ପାଇଁ ବିରୋଧୀ ଦଳମାନେ ଅନେକ ପ୍ରକାରର ସଂଶୋଧନ ପାଇଁ ଦାବି କରିଥିଲେ ମଧ୍ୟ ସରକାର ସେଥିଲାଗି ରାଜି ହୋଇନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ସପ୍ତାହରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୮କୁ ଲୋକସଭାରେ ଉପସ୍ଥାପନ କରିଥିଲେ । ଏହି ବିଲ ସଂପର୍କରେ ଆଜି ଲୋକସଭାରେ ଆଲୋଚନା ହୋଇଥିଲା । ଏହି ବିଲକୁ ଆହୁରି ତର୍ଜମା କରିବାକୁ ଏହାକୁ ସିଲେକ୍ଟ କମିଟି ନିକଟକୁ ପଠାଇବାକୁ କଂଗ୍ରେସ, ଆରଜେଡି ଓ ଟିଏମସି ପ୍ରଭୃତି ଦଳ ଦାବି କରିଆସୁଥିଲେ । କିନ୍ତୁ ଏହାର ଆବଶ୍ୟକତା ନାହିଁ ବୋଲି ଅରବିଶଙ୍କର ପ୍ରସାଦ କହିଥିଲେ ।