ସାଂସଦ ସନ୍ନି ଦେଓଲ ନିଖୋଜ! ପଞ୍ଜାବର ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ତଥା ପ୍ରଥମ ଥର ପଞ୍ଜାବର ଗୁରୁଦାସପୁର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ସାଂସଦ ସନ୍ନି ଦେଓଲ ନିଖୋଜ ହୋଇଥିବା ନେଇ ପଠାନ୍‌କୋଟ୍‌ ଅଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ସାଂସଦ ସନ୍ନି ଦେଓଲ ନିଖୋଜ ହୋଇଥିବା ନେଇ ପଠାନ୍‌କୋଟର ରେଳ ଷ୍ଟେସନ, ପାର୍କ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ତେବେ ସନ୍ନି ଦେଓଲ ସାଂସଦ ଭାବେ ନିର୍ବାଚିତ ହେବା ପରେ ନିର୍ବାଚନମଣ୍ଡଳୀ ବୁଲି ଯାଇ ନାହାନ୍ତି। ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ମଧ୍ୟ ସାକ୍ଷାତ କରିପାରୁ ନାହାନ୍ତି। ଏଣୁ ଲୋକମାନେ କ୍ରୋଧିତ ହୋଇ ସାଂସଦ ସନ୍ନି ଦେଓଲ ନିଖୋଜ ବୋଲି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛନ୍ତି। ସେହିଭଳି ସାଂସଦ ଭାବେ ନିର୍ବାଚିତ ହେବା ପରେ ଲୋକସଭାରେ ସନ୍ନି ଦେଓଲଙ୍କ ଉପସ୍ଥାନ ମଧ୍ୟ ଭଲ ନାହିଁ। ସଂସଦର ମୌସୁମୀ ଅଧିବେଶନରେ ମାତ୍ର ୫ ଦିନ ଉପସ୍ଥିତ ରହିବା ପରେ ତାଙ୍କୁ ଆଉ ଦେଖିବାକୁ ମିଳି ନଥିଲା।

ସମ୍ବନ୍ଧିତ ଖବର