ସାଧାରଣତନ୍ତ୍ର ଦିବସ ଅବସରରେ ପଦକ ଘୋଷଣା : ପୁଲିସ ବିଭାଗର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ
ଅଗ୍ନିଶମ ବିଭାଗରୁ ୬; ଗୃହରକ୍ଷୀ ବିଭାଗରୁ ୭; ଜେଲ୍ ବିଭାଗରୁ ୫ ଜଣ ପାଇବେ ପଦକ

କଟକ/ନୂଆଦିଲ୍ଲୀ : ୭୧ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁଲିସ ପଦକ ଘୋଷଣା କରାଯାଇଛି। ଓଡ଼ିଶା ପୁଲିସ ବିଭାଗର ୨ ଜଣ ଅଫିସରଙ୍କୁ ସମ୍ମାନଜନକ ରାଷ୍ଟ୍ରପତି ପୁଲିସ ପଦକ ମିଳିବାକୁ ଯାଉଛି। ସେହିଭଳି ୧୧ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ପ୍ରଦାନ କରାଯିବ।

ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ(ବିପିଏସପିଏ)ର ଡେପୁଟି ସୁବେଦାର ବୁଦ୍ଧି ବାହାଦୁର ଥାପ୍ପାଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଉଲ୍ଲେଖନୀୟ ସେବା ପାଇଁ ଆଇନଶୃଙ୍ଖଳା ଆଇଜି ପ୍ରବୀଣ କୁମାର, ରାଉରକେଲା ସ୍ପେଶାଲ ବ୍ରାଞ୍ଚ ଏଏସପି(ଆଡିସନାଲ୍ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ) ରବୀନ୍ଦ୍ର କୁମାର ଦାସ, ଭୁବନେଶ୍ବର ଏସଆଇଡବ୍ଲୁ ଏଏସପି ଭବାନୀ ଶଙ୍କର ମିଶ୍ର, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମିର ଡେପୁଟି କମାଣ୍ଡାଣ୍ଟ ଅଶୋକ କୁମାର ଦେହୁରୀ, ଭୁବନେଶ୍ବର ଜୋନ୍ ୬ ଏସିପି ପ୍ରକାଶ ପାଲ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଏଏସ୍ଆଇ ମନୋରଂଜନ ଶତପଥୀ, ସୁନ୍ଦରଗଡ଼ର ହାବିଲଦାର୍ ସରୋଜ କୁମାର ଭୋଇ, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେକ୍ ନାଶିରୁଦ୍ଦିନ, କୋରାପୁଟ ଜିଲ୍ଲା ସୁନାବେଢ଼ାର କନଷ୍ଟେବଳ ଗୌତମ ପାତ୍ର, ଝାରସୁଗୁଡ଼ା ଓଏସଏପି ଦ୍ବିତୀୟ ବାଟାଲିୟନର ସୁବେଦାର ହେମନ୍ତ ଖତ୍ରୀ ଛେତ୍ରୀ ଓ ଭୁବନେଶ୍ବର ଏସଓଜି ଡେପୁଟି କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ପୁଲିସ ପଦକ ମିଳିବ।
ଏଥିସହ ଅଗ୍ନିଶମ ସେବା ବିଭାଗରୁ କଶ୍ୟପ କୁମାର ପଟ୍ଟନାୟକଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ଏବଂ ଉଲ୍ଲେଖନୀୟ ସେବା ପାଇଁ ଅଗ୍ନିଶମ ଅଧିକାରୀ କମଳାକାନ୍ତ ପୁହାଣ, ସହକାରୀ ଅଗ୍ନିସେବା ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ଷ୍ଟେସନ୍‌ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ, ପ୍ରକାଶ କୁମାର ବେହେରା, ବଳଭଦ୍ର ଦେହୁରୀଙ୍କୁ ଅଗ୍ନି ସେବା ପଦକ ପ୍ରଦାନ କରାଯିବ।

ସେହିଭଳି ଗୃହରକ୍ଷୀ ସ୍ୱର୍ଗତ ବନବାସୀ ମହାରଣା, ଗୃହରକ୍ଷୀ ବିଭାଗର କମାଣ୍ଡର ପ୍ରଦୀପ କୁମାର ପଟ୍ଟନାୟକ, ଗୃହରକ୍ଷୀ ପ୍ଲାଟୁନ୍‌ କମାଣ୍ଡର ସୁଦାମ ଚରଣ ପଟ୍ଟନାୟକ, ପ୍ଲାଟୁନ୍‌ କମାଣ୍ଡର ରାଜକୁମାର ପାଲ୍‌, ଗୃହରକ୍ଷୀ ଭବାନୀ ଶଙ୍କର କହଁର, ଗୃହରକ୍ଷୀ ଶିଶିରକାନ୍ତ ସାହୁ, ଗୃହରକ୍ଷୀ ଅକ୍ଷୟ କୁମାର ନାୟକଙ୍କୁ ବେସାମରିକ ପ୍ରତିରକ୍ଷା ପଦକ ପାଇଁ ମନୋନୀତ କରାଯାଇଛି।

ରାଜ୍ୟର ୩ ଜଣ ଜେଲ୍ ଅଧିକାରୀ ସୁଜାତା ଦାସ, ମୁଖ୍ୟ ୱାର୍ଡର ଦେବରାଜ ପ୍ରଧାନ ଓ ୱାର୍ଡର ମହେଶ୍ବର ବେହେରା ରାଷ୍ଟ୍ରପତିଙ୍କ ସେବା ପଦକ (ପ୍ରେସିଡେଣ୍ଟ୍‌ସ କରେକ୍ସନାଲ ସର୍ଭିସ ମେଡାଲ) ପାଇଁ ମନୋନୀତ ହୋଇଥିବା ବେଳେ ୱାର୍ଡର ଡି. ରମେଶ ଓ ଭଗବାନ ପ୍ରଧାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

ସାଧାରଣତନ୍ତ୍ର ଦିବସ ଅବସରରେ ସମ୍ମାନିତ ହେବାକୁ ଯାଉଥିବା ପୁଲିସ ଅଫିସର ଓ କର୍ମଚାରୀଙ୍କୁ ପୁଲିସ ଡିଜି ଅଭୟ ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର