୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ପ୍ରଭାବଶାଳୀ ବାୟୋଏନଟେକ-ଫାଇଜର କରୋନା ଟିକା

ନୂଆଦିଲ୍ଲୀ: ଟିକା ନିର୍ମାତା ବାୟୋଏନଟେକ ଏବଂ ଫାଇଜର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ବାୟୋଏନଟେକ ଏବଂ ଫାଇଜର ତିଆରି କରିଥିବା କୋଭିଡ-୧୯ ଟିକାର କ୍ଲିନିକାଲ ଟ୍ରାଏଲ ତଥ୍ୟ ଆସିଥିବା ବେଳେ ଏହା ଦର୍ଶାଉଛି ଯେ, ଟିକା ୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ପ୍ରଭାବଶାଳୀ ଅଟେ। ଏହା ହେଉଛି ବିଶ୍ବର ପ୍ରଥମ କୋଭିଡ-୧୯ ଟିକା, ଯାହା ୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ଫଳପ୍ରଦ ହୋଇଛି। ବାୟୋଏନଟେକ ଏବଂ ଫାଇଜର ତିଆରି କରିଥିବା କୋଭିଡ-୧୯ ଟିକାର କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ପରେ ଦେଶରେ ଶୀଘ୍ର ପିଲାମାନଙ୍କୁ ଟିକା ଦିଆଯିବାର ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।

କ୍ଲିନିକାଲ ଟ୍ରାଏଲ ତଥ୍ୟ ଆସିବା ପରେ ଆମେରିକାରେ ୧୨-୧୫ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଫାଇଜର ସ୍ୱାସ୍ଥ୍ୟ ନିୟାମକମାନଙ୍କୁ ଅନୁମତି ମାଗିଥିବା ଜଣାପଡ଼ିଛି। ବର୍ତ୍ତମାନ ଫାଇଜର କୋଭିଡ-୧୯ ଟିକା କେବଳ ୧୬ବର୍ଷ ଏବଂ ତଦୁର୍ଦ୍ଧ୍ୱ ଲୋକଙ୍କ ପାଇଁ ଅନୁମତିପ୍ରାପ୍ତ। ହେ‌ଲେ ସବୁ ବୟସର ପିଲାମାନଙ୍କୁ ଟିକାକରଣ ଦ୍ବାରା ମହାମାରୀକୁ ରୋକାଯାଇପାରିବ। ଏହି ଲକ୍ଷ୍ୟ ହାସଲ କରିବାକୁ ଆମେରିକା ୧୨-୧୫ବର୍ଷ ବୟସ୍କଙ୍କୁ ବାୟୋଏନଟେକ ଏବଂ ଫାଇଜରର କରୋନା ଟିକା ଦେବା ପାଇଁ ଅନୁମତି ଦେଉଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

BioNTech-Pfizer Say Covid Vaccine 100% Effective On 12-15 Year Olds
NDTV.com

ଅନ୍ୟପକ୍ଷରେ, ବର୍ତ୍ତମାନ ଭାରତରେ ୬୦ରୁ ଉର୍ଦ୍ଧ୍ବ ବୟସ୍କ ଏବଂ ଅସନ୍ତାକାଲିଠାରୁ ୪୫ବର୍ଷରୁ ଉର୍ଦ୍ଧ୍ବ ସମସ୍ତଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ୪୫ବର୍ଷରୁ କମ ବୟସ୍କଙ୍କୁ ଟିକା ଦେବାର କୌଣସି ବ୍ୟବସ୍ଥା କରିନାହାନ୍ତି ସରକାର। ଏମଧ୍ୟରେ ବାୟୋଏନଟେକ ଏବଂ ଫାଇଜର ତିଆରି କରିଥିବା କୋଭିଡ-୧୯ ଟିକା ୧୨-୧୫ବର୍ଷ ବୟସ୍କଙ୍କ ଉପରେ ୧୦୦ପ୍ରତିଶତ ପ୍ରଭାବଶାଳୀ ଥିବା ଜଣାପଡ଼ିବା ପରେ ଭାରତରେ ସରକାର ଏହାକୁ ଅନୁମତି ଦେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର