୧୯ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅମୃତସର: ୧୯ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମଙ୍ଗଳବାର ଦିନ ଭାରତ ମୁକ୍ତ କରିଛି | ଅଟାରି-ୱାଘା ବର୍ଡ଼ର ଦେଇ ସେମାନେ ନିଜ ଦେଶକୁ ଫେରିଯାଇଛନ୍ତି | ଭାରତରେ ଅନୈତିକ ଭାବେ ରହୁଥିବା ବେଳେ ସେମାନେ ଧରାପଡ଼ିଥିଲେ | ଆଉ ଜେଲଦଣ୍ଡ ଭୋଗୁଥିଲେ |

ବନ୍ଦୀ ଭାବେ ୧୦ ବର୍ଷ ହେଲା ସଜା ଭୋଗୁଥିବା ବିକାଶ ଅହମ୍ମଦ କହିଛନ୍ତି ଯେ ୨୦୦୯ରେ ସେ ବିନା ଭିସାରେ ଭାରତରେ ରହୁଥିବାବେଳେ ଧରାପଡ଼ିଥିଲେ | ୧୦ ବର୍ଷ ପାଇଁ ତାଙ୍କୁ ଦଣ୍ଡ ମିଳିଥିଲା | ସେ କହିଛନ୍ତି ଭାରତକୁ ସମସ୍ତ ନ୍ୟାୟିକ ପ୍ରକ୍ରିୟାରେ ହିଁ ଆସିବେ | ସେହିପରି ୫୫ ବର୍ଷୀୟ ମସ୍ୟଜୀବି ମୁସ୍ତାଫା କହିଛନ୍ତି ଯେ ଉଭୟ ଭାରତ ଓ ପାକିସ୍ତାନ ସରକାର ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି |

ବଡ କଥା ହେଉଛି ଭାରତ ପକ୍ଷରୁ ପାକିସ୍ତାନୀ ବନ୍ଦୀମାନଙ୍କୁ ମୁକ୍ତ କରାଯାଉଥିବାବେଳେ ପାକିସ୍ତାନ ପକ୍ଷରୁ ସେଭଳି ତତ୍ପରତା ପ୍ରକଶ କରାଯାଉନାହିଁ | କାରଣ ପ୍ରାୟ ଭାରତୀୟ ବନ୍ଦୀ ସେମାନଙ୍କ ସଜା କାଟିସାରିଥିବାବେଳେ ଅଧିକ ସମୟ ଯାଏଁ ଜେଲରେ ବନ୍ଦୀ ହୋଇ ରହିଛନ୍ତି | ଏହାକୁ ନେଇ ଏପ୍ରିଲ ୯ରେ ଭାରତ ପକ୍ଷରୁ ପାକିସ୍ତାନକୁ ଚିଠି ଲେଖା ଯାଇଥିଲା | କୁହାଯାଇଥିଲା ଯେ ଦଣ୍ଡ ଅବଧି ସରିଯାଇଥିଲେ ବି ଭାରତୀୟମାନଙ୍କୁ ପାକିସ୍ତାନ ଜେଲରୁ ମୁକ୍ତ କରାଯାଉନାହିଁ | ତୁରନ୍ତ ସେମାନଙ୍କୁ ମୁକ୍ତ କରାଯିବାକୁ ପଦକ୍ଷେପ ନେବାକୁ ଭାରତ ପକ୍ଷରୁ କୁହାଯାଇଛି|

ସମ୍ବନ୍ଧିତ ଖବର