କାହାର ୩୯ଦିନର ପୁଅ ତ କାହାର ୪ମାସ ପୂର୍ବେ ହୋଇଥିଲା ବିବାହ; କିଛି ଏଭଳି ଥିଲା ୫ସହିଦ ଯବାନଙ୍କ ଜୀବନ

ନୂଆଦିଲ୍ଲୀ: ଦେଶକୁ ବଞ୍ଚାଇବାକୁ ଯାଇ ଗତକାଲି ସହିଦ ହୋଇଥିଲେ ୫ଯବାନ। କାନ୍ଦିଥିଲେ ପରିବାର ଓ ଭାରତବାସୀ। କାହାର ୩୯ଦିନର ପୁଅ ଥିଲା ତ କାହାର ୪ମାସ ପୂର୍ବେ ହୋଇଥିଲା ବିବାହ। ଜୀବନ ଆରମ୍ଭ କରିବା ପୂର୍ବରୁ ହେଲେ ସହିଦ। ପୁଣି ଥରେ ନିଜ ପୁଅକୁ ଧରିପାରିବେ ନାହିଁ ବୋଲି କେବେ ବି ଭାବି ନଥିଲେ ସହିଦ ଯବାନ ମନଦୀପ ସିଂହ। ବିବାହ ପରେ ପତ୍ନୀଙ୍କ ସହ ସୁଖର ସଂସାର ଗଢ଼ିବାର ସ୍ବପ୍ନ ଏମିତି ଅଧାରେ ରହିଯିବ‌ ବୋଲି ସହିଦ ଯବାନ ଗଜ୍ଜନ ସିଂହଙ୍କୁ ଜଣାନଥିଲା। କେଇ ସେକେଣ୍ଡ ମଧ୍ୟରେ ବଦଳିଗଲା ୫ପରିବାରର ଭାଗ୍ୟ। ଗତକାଲି ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସେହି ୫ଜଣ ଯବାନଙ୍କ ଜୀବନ କିଭଳି ଥିଲା ଆଜି ଆମେ ଆପଣଙ୍କୁ ଜଣାଇବୁ।

୧. ସହିଦ ଯବାନ ନାୟକ ସୁବେଦାର ଜସବିନ୍ଦର ସିଂ ହେଉଛନ୍ତି ଭାରତୀୟ ସେନାର ପୂର୍ବତନ କ୍ୟାପଟେନ ହରଭଜନ ସିଂଙ୍କ ପୁତ୍ର। ସେ ମନନ ତଲବଣ୍ଡି ଗାଁର ବାସିନ୍ଦା। ଗତକାଲି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସେ ସହିଦ ହୋଇଥିଲେ। ଜସବିନ୍ଦରଙ୍କ ଦୁଇ ଭାଇ ଅଛନ୍ତି। ଏହା ସହ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବାପ‌ା କ୍ୟାପଟେନ ଭାବରେ ସେନାରୁ ଅବସର ନେଇଥିବା ବେଳେ ବଡ଼ ଭାଇ ରାଜୀନ୍ଦର ସିଂ ମଧ୍ୟ ଜଣେ ପୂର୍ବତନ ସୈନିକ ଥିଲେ। ନାୟକ ସୁବେଦାର ଜସବିନ୍ଦର ସିଂ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

୨. ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ମନଦୀପ ସିଂ। ମୃତ୍ୟୁବେଳକୁ ତାଙ୍କୁ ପ୍ରାୟ ୩୦ବର୍ଷ ବୟସ ହୋଇଥିଲେ। ସେ ପଞ୍ଜାବର ଗୁରୁଦାସପୁରର ଚଟ୍ଠା ଗାଁର ବାସିନ୍ଦା ଥିଲେ। ତାଙ୍କ ଘରେ ଏବେ ତାଙ୍କର ବୁଢ଼ୀ ମା’, ପତ୍ନୀ ଏବଂ ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ସାନ ପୁଅ ଜନ୍ମ ହେବାର ମାତ୍ର ୩୯ଦିନ ପରେ ଏଭଳି ଘଟଣା ଘଟିବା ପରିବ‌ାର ଲୋକଙ୍କୁ ଦୋହଲାଇ ଦେଇଛି।

एनकाउंटर में शहीद हुए जवान
www.aajtak.in

୩. ସହିଦ ଯବାନ ଗଜନ ସିଂ ଏନକାଉଣ୍ଟରର ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ତାଙ୍କର ପ୍ରାୟବାୟୁ ଉଡ଼ିଯାଇଥିଲା। ଗଜନ ସିଂହ ରୂପନଗର ଜିଲ୍ଲାର ପଚରନ୍ଦା ଗାଁର ବାସିନ୍ଦା ଥିଲେ। ତାଙ୍କର ୪ମାସ ପୂର୍ବେ ବିବାହ ହୋଇଥିଲା। ଏବେ ଗଜ୍ଜନ ସିଂହଙ୍କ ମୃତ୍ୟୁ ପରେ ତାଙ୍କ ଘରେ କେବଳ ତାଙ୍କ ପତ୍ନୀ ଥିବା ଜଣାପଡ଼ିଛି।

୪. ସେହିଭଳି ସହିଦ ହୋଇଥିବା ସରଜ ସିଂହ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଏଭଳି ହଠାତ ମୃତ୍ୟୁ ହେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

୫. ସୋମବାର ପୁଞ୍ଚର ଜମ୍ମୁ-କଶ୍ମୀରରେ ଘଟିଥିବା ଏହି ଏନକାଉଣ୍ଟରରେ କେବଳ ପଞ୍ଜାବ ଏବଂ ୟୁପିର ଯବାନମାନେ ସହିଦ ହୋଇନାହାଁନ୍ତି, କେରଳର ବୈଶାଖ ଏଚ୍ ମଧ୍ୟ ସହିଦ ହୋଇଛନ୍ତି। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ସେ ଗତକାଲି ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର