ନୂଆଦିଲ୍ଲୀ : ଆଗକୁ ପଞ୍ଜାବ ନିର୍ବାଚନ ଥିବାବେଳେ ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ଏହା ସହିତ ନେତାମାନେ ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି । ଆଜି ଅକାଳି ଦଳ ନେତା ମନଜିନ୍ଦର ସିଂ ସିରସା ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ଗଜେନ୍ଦ୍ର ସିଂ ଶେଖାଓ୍ବତଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।
ସିରସା ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ନଡ୍ଡା ତାଙ୍କୁ ଦଳକୁ ସ୍ବାଗତ କରିଥିଲେ । ଆଜି ସିରସା ଦିଲ୍ଲୀ ଶିଖ ଗୁରୁଦ୍ବାରା ମ୍ୟାନେଜମେଣ୍ଟ କମିଟି ସଭାପତି ପଦରୁ ଇସ୍ତଫା ଦେଇଥିଲେ ।
କଂଗ୍ରେସରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଦାୟ ନେବା ଓ କେନ୍ଦ୍ର ସରକାରଙ୍କ ଦ୍ବାରା କୃଷି ଆଇନ ପ୍ରତ୍ୟାହାର ପରେ ପଂଜାବ ରାଜନୀତି ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଅମରିନ୍ଦର ବିଜେପି ସହ ମେଣ୍ଟ କରିବାକୁ ଘୋଷଣା କରିବା ପରେ ରାଜ୍ୟରେ ରାଜନୈତିକ ଲଢେଇ ଜୋରଦାର ହେବା ଆଶା କରାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/FFhV8q7WUAQLMFc.jpg)