ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଜେପିରେ ବିଦ୍ରୋହର ସ୍ବର। ଗତ ୨ ଦିନ ମଧ୍ୟରେ ଉତ୍ତରପ୍ରଦେଶର ଯୋଗୀ ସରକାରରୁ ୨ ମନ୍ତ୍ରୀ, ୪ ବିଧାୟକଙ୍କ ସମେତ ୬ ନେତା ଇସ୍ତଫା ଦେଲେଣି। ନିର୍ବାଚନ ଖୁବ୍ କମ୍ ଦିନ ଥିବାବେଳେ ଏହା ବିଜେପି ପାଇଁ ଏକ ଶକ୍ତ ଝଟ୍କା। ଇତି ମଧ୍ୟରେ ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଆସନରୁ ଲଢ଼ିବେ। ଗତକାଲି ବିଜେପିର ଏକ ୧୦ ଘଣ୍ଟିଆ ମାରାଥନ୍ ବୈଠକ ଦିଲ୍ଲୀରେ ହୋଇଥିଲା। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେଇଥିଲେ। ଏହି ବୈଠକରେ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ଲଢ଼ିବା ସଂକ୍ରାନ୍ତରେ ଆଲୋଚନା ହୋଇଥିବା ନେଇ ଅନୁମାନ କରାଯାଉଛି। ଯୋଗୀ ଏବେ ବିଧାନ ପରିଷଦ ସଦସ୍ୟ ରହିଛନ୍ତି। ନିକଟରେ ଯୋଗୀ କହିଥିଲେ ଯେ, ଦଳର ଶୀର୍ଷ ନେତାଙ୍କ ନିଷ୍ପତ୍ତି କ୍ରମେ ସେ ବିଧାନସଭା ନିର୍ବାଚନ ଲଢ଼ିବେ। ଉତ୍ତରପ୍ରଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆସନରେ ପ୍ରାର୍ଥୀ ଚୟନ କରିବା ପାଇଁ ଖୁବ୍ ଶୀଘ୍ର ବିଜେପିର ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ଅଯୋଧ୍ୟା ଆସନରୁ ଏବେ ବେଦ ପ୍ରକାଶ ଗୁପ୍ତା ପ୍ରତିନିଧିତ୍ବ କରୁଛନ୍ତି।
ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବେ ଯୋଗୀ!
Yogi to contest elections from Ayodhya!
/sambad/media/post_attachments/wp-content/uploads/2022/01/Yogi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)