ବାଙ୍ଗାଲୋର: କର୍ଣ୍ଣାଟକରେ ଆଜି ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି | ରାଜ୍ୟପାଳ କଂଗ୍ରେସ-ଜେଡିଏସରୁ ଦିନେ ଅଯୋଗ୍ୟ ଘୋଷିତ ହୋଇଥିବା ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥପାଠ କରାଇଛନ୍ତି | ଶପଥ ନେଇଥିବା ବିଧାୟକମାନେ ହେଉଛନ୍ତି ଏସଟି ସୋମଶେଖର, ଜେ ରମେଶ ଲଖମଣରାଓ,ଆନନ୍ଦ ସିଂ, କେ ସୁଧାକର, ବିଏ ବାସବରାଜ, ଏଏଚ ଶିବରାମ, ବିସି ପାଟିଲ, କେ ଗୋପାଳ, ନାରାୟଣ ଗୋଡବା ଓ ଶ୍ରୀମନ୍ତ ଵାଲାସାହେବ ପାଟିଲ |
ମିଳିଥିବା ସୂଚନା ମୁତାବକ ଗତକାଲି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସ୍ପଷ୍ଟ କରିଥିଲେ ଯେ ବିଜେପିର ଅଧ୍ୟକ୍ଷ ଓ ନେତାମାନଙ୍କ ନିର୍ଦ୍ଦେଶ ଅନୁସାରେ ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଧାୟକ ହିଁ ଶପଥ ନେବେ | ଏଠାରେ ସୂଚନା ଥାଉ କି ୨୦୧୯ ମସିହା ଡିସେମ୍ବର ୯ ତାରିଖରେ ଆସିଥିବା ଉପନିର୍ବାଚନ ଫଳାଫଳରେ ବିଜେପି ୧୩ଟି ଆସନରେ ଜିତିଥିଲା |
/sambad/media/post_attachments/wp-content/uploads/2020/02/EQEZC9rUcAA5uc5-300x214.jpg)
କର୍ଣ୍ଣାଟକରେ ୧୫ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଥିଲା | ଫଳରେ ୟେଦୁରପ୍ପା ସରକାର ପାଇଁ ଯେଉଁ ସଙ୍କଟ ଥିଲା ତାହା ମଧ୍ୟ ଟଳିଯାଇଥିଲା । କ୍ଷମତାରେ ରହିବାପାଇଁ ବିଜେପିକୁ ୧୫ ଆସନରୁ ୬ଟିରେ ଜିତିବା ଆବଶ୍ୟକ ଥିଲା। କିନ୍ତୁ ବିଜେପିକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଆସନ ମିଳିଥିଲା । କଂଗ୍ରେସକୁ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା |