ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟ୍ବିଟର ଆକାଉଣ୍ଟ୍ ସମେତ ଭାରତ ସମ୍ପର୍କିତ ଛଅଟି ଟ୍ବିଟରକୁ ଅନୁସରଣ କରିବାରୁ ଆମେରିକାର ହ୍ବାଇଟ୍ ହାଉସ୍ ଓହରିଯିବା ପରେ ଭାରତୀୟ ସାମାଜିକ ଗଣମାଧ୍ୟମରେ ତୀବ୍ର ପ୍ରତକ୍ରିୟା ପ୍ରକାଶ ପାଇଛି। ତେବେ ଏହା କୌଣସି ଉେଦ୍ଦଶ୍ୟମୂଳକ ଭାବେ ନୁହେଁ, ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ବୁଧବାର ହ୍ବାଇଟ୍ ହାଉସ୍ ପକ୍ଷରୁ ସଫେଇ ଦିଆଯାଇଛି। କୌଣସି ରାଷ୍ଟ୍ରକୁ ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଆବଶ୍ୟକ ସୂଚନା ଆଦାନପ୍ରଦାନ ପାଇଁ ସଂପୃକ୍ତ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଟ୍ବିଟର ଆକାଉଣ୍ଟକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଯାଏ ଅନୁସରଣ କରାଯାଏ ବୋଲି ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିା ନିଜର ନାମ ଗୋପନ ରଖିବା ସୂତ୍ରରେ ଏହି ଅଧିକାରୀ ଜଣକ କହିଛନ୍ତି ଯେ, ଗତ ଫେବ୍ରୁଆରୀ ଶେଷ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଗସ୍ତ ପରିପ୍ରେକ୍ଷୀରେ ହ୍ବାଇଟ୍ ହାଉସ୍ର ଟ୍ବିଟର ହ୍ୟାଣ୍ତଲ୍ ଛଅଟି ଗୁରୁତ୍ବପୂର୍ଣ୍ଣ ଭାରତୀୟ ଟ୍ବିଟରକୁ ଅନୁସରଣ କରିବା ଆରମ୍ଭ କରିଥିଲାା ସେଗୁଡି଼କ ହେଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଆମେରିକା ସ୍ଥିତ ଭାରତୀୟ ଦୂତାବାସ, ନୂଆଦିଲ୍ଲୀ ସ୍ଥିତ ଆମେରିକା ଦୂତାବାସ ଏବଂ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ କେନ୍ ଜଷ୍ଟରା ତେବେ ରଷ୍ଟ୍ରପତି ଟ୍ରମ୍ପ୍ଙ୍କ ଗସ୍ତ ପରେ ପରେ ନିର୍ଦ୍ଧାରିତ ସମୟସୀମା ପରେ ସେସବୁ ଆକାଉଣ୍ଟ୍ ସହ ଆଉ ସୂଚନା ଆଦାନପ୍ରଦାନର ଆବଶ୍ୟକତା ନଥିବାରୁ ଚଳିତ ସପ୍ତାହ ଆରମ୍ଭରେ ହ୍ବାଇଟ୍ ହାଉସ୍ ଏହି ଛଅଟି ଟ୍ବିଟର ଆକାଉଣ୍ଟ୍ରୁ ଓହରିଯାଇଛିା ତେବେ ଏହାଦ୍ବାରା ଭାରତରେ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛିା
ଆମେରିକାର ସଫେଇ, ମୋଦୀଙ୍କ ଟ୍ବିଟରରୁ ଓହରିଯିବାର କାରଣ
/sambad/media/post_attachments/wp-content/uploads/2020/02/modi-trump.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)