କାବୁଲ: ଆଫଗାନିସ୍ତାନର ନଙ୍ଗରହର ପ୍ରଦେଶରେ ଆମେରିକା ସେନାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନରେ ୨୨ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଇଏସ୍ଆଇଏସ୍ ଆତଙ୍କବାଦୀ ସଂଗଠନର ୨୨ ସଦସ୍ୟଙ୍କୁ ଏକାଥରକେ ନିପାତ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି । ଲାଲପୁର ଜିଲ୍ଲାର ବିଲା ଅଂଚଳରେ ଆମେରିକା-ଆଫ୍ଗାନ ସ୍ପେସାଲ ଫୋର୍ସ ଦ୍ୱାରା ହୋଇଥିବା ଅପରେସନ ଓ ବୋମାମାଡ଼ରେ ଏହି ଆତଙ୍କବାଦୀମାନେ ନିପାତ ହୋଇଥିବା ଘୋଷଣା କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ଆଇଏସ୍ର ୨ଟି ଶିବିର ଓ ଗୋଟିଏ କମାଣ୍ଡ ସେଣ୍ଟର ଧ୍ୱଂସ ହୋଇଛି। ପାକ୍ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ପାଇଁ ସୀମାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଫଗାନିସ୍ତାନରେ ଆଇଏସ୍କୁ ମୂଳପୋଛ କରିବା ପାଇଁ ଏଭଳି ଅଭିଯାନ ଜାରି ରହିବ ବୋଲି କୁହାଯାଇଛି ।
ଆମେରିକାର ସାମରିକ କାର୍ଯର୍୍ୟାନୁଷ୍ଠାନ: ୨୨ ପାକ୍ ଆତଙ୍କବାଦୀ ନିପାତ
/sambad/media/post_attachments/wp-content/uploads/2017/10/terror.jpg)