ଆମେ ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କଲୁ, ଏବେ ଆମ ବିଆରଆଇ ପ୍ରକଳ୍ପରେ ସାମିଲ ହୁଅ, ଭାରତକୁ କହିଲା ଚୀନ

ବେଜିଂ : ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣାରେ ସହାୟକ ହୋଇ ଚୀନ ଭାରତ ସହ ନିଜର ଦ୍ୱିପାକ୍ଷିକ ସଂପର୍କକୁ ସୁଦୃଢ କରିଛି । ଏହା ବିଶ୍ୱ ଶାନ୍ତି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି ଚୀନର ରାଷ୍ଟ୍ରଦୂତ ଲୁଓ ଝାଉରି କହିଛନ୍ତି । ସେ କହିଛନ୍ତି ଭାରତ ଏବେ ଆଉ ଏକ ପାଦ ଆଗେଇ ଆସି ଚୀନର ବିଆରଆଇ ପ୍ରକଳ୍ପରେ ଯୋଗ ଦେବା ଆବଶ୍ୟକ ।

ଗତ ୨ ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତୀ ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିଲା । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଥିଲେ। ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି ।

ସମ୍ବନ୍ଧିତ ଖବର