ନୂଆଦିଲ୍ଲୀ  : ଆସାମ ଓ ମଣିପୁରରେ ଆଜି ସକାଳେ ୫.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ। ଭୂକମ୍ପ ସକାଳ ୬ଟା ୪୫ରେ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ର କୋକରାଝାର ଜିଲ୍ଲା ନିକଟରେ ୧୦ କିମି ଗଭୀରତାରେ ଥିବା ସ୍ଥାନୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।