ପୁନେ ଡାକ୍ତରଖାନାକୁ ଓଲା କ୍ୟାବ୍ରେ ଯାଉଥିବାବେଳେ ଜଣେ ଗର୍ଭବତୀ ମହିଳା ବାଟରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଉଭୟ ମାଆ ଏବଂ ପୁଅକୁ ଉପହାର ସ୍ୱରୂପ ୫ ବର୍ଷ ପାଇଁ ଓଲା କ୍ୟାବ୍ରେ ମାଗଣା ଯାତ୍ରା କରିବାର ସୁବିଧା ଯୋଗାଇ ଦେବାକୁ କମ୍ପାନି ଘୋଷଣା କରିଛି। ମାଆ ଓ ଶିଶୁପୁତ୍ରକୁ ଉପହାର ଭାବେ ଏହି ସୁବିଧା କମ୍ପାନି ପ୍ରଦାନ କରିଛି। ସମ୍ପୃକ୍ତ ଶିଶୁଙ୍କ ନାମରେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର କୁପନ୍ ମାଧ୍ୟମରେ ସେମାନଙ୍କୁ ଏହି ସୁବିଧା ମିଳିବ।
କ୍ୟାବ୍ରେ ପ୍ରସବ କରୁଥିବା ମହିଳାଜଣକ ହେଲେ ୨୧ ବର୍ଷୀୟା ଈଶ୍ୱରୀ ସିଂହ ବିଶ୍ୱକର୍ମା। ଶ୍ରୀମତୀ ବିଶ୍ୱକର୍ମା ଗତ ଦୁଇ ତାରିଖ ସକାଳେ ପ୍ରସବ ଯନ୍ତ୍ରଣା ଅନୁଭବ କରିବା ପରେ ଏକ ଓଲା କ୍ୟାବ୍ରେ ଡାକ୍ତରଖାନା ଯାଉଥିଲେ। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ କ୍ୟାବ୍ ଭିତରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସନ୍ତାନ ପ୍ରସବ କରିଥିବା ମହିଳାଙ୍କ ସ୍ୱାମୀ ରମେଶ ସିଂହ ବିଶ୍ୱକର୍ମା କୁହନ୍ତି, ଓଲା କ୍ୟାବ୍ରେ ତାଙ୍କ ପତ୍ନୀଙ୍କ ସହିତ ତାଙ୍କ ଭାଇ ଓ ମାଆ ଯାଉଥିଲେ। ଘରଠାରୁ ହସ୍ପିଟାଲ ୧୨ କିମି ଦୂର ଥିଲା। କିନ୍ତୁ ଘରୁ କିଛି ବାଟ ଯିବା ପରେ ତାଙ୍କ ପତ୍ନୀଙ୍କ ଯନ୍ତ୍ରଣା ବଢ଼ିଥିଲା। ଏପରିକି କ୍ୟାବ୍ର ପଛ ସିଟ୍ରେ ସେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହି ଖବର ପାଇବା ପରେ ସେ ଡାକ୍ତରଖାନାକୁ ଖବର ଦେଇଥିଲେ। କ୍ୟାବ୍ଟି ଡାକ୍ତରଖାନାରେ ପହଞ୍ଚିବାବେଳେ ଡାକ୍ତରମାନେ ଗେଟ୍ ପାଖରେ ଠିଆ ହୋଇଥିଲେ। ସେଠାରେ ସେମାନେ ଜନ୍ମିତ ଶିଶୁର ନାହିକୁ କ୍ୟାବ୍ ଭିତରେ କାଟି ମାଆଠାରୁ ଅଲଗା କରିଥିଲେ। ଏହାପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ଉଭୟ ମାଆ ଏବଂ ଶିଶୁ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ଏପରିକି ସଦିଚ୍ଛା ସ୍ୱରୂପ ଓଲା ସେହି କ୍ୟାବ୍ରେ ସମ୍ପୃକ୍ତ ମହିଳା ଏବଂ ନବଜାତକକୁ ଆଜି ଡାକ୍ତରଖାନାରୁ ଆଣି ସେମାନଙ୍କ ଘରେ ଛାଡ଼ିଛି। ମହିଳା ଜଣକ ପ୍ରଥମ ଥର ପାଇଁ କ୍ୟାବ୍ରେ ଯାଉଥିଲେ।
ଓଲା କ୍ୟାବ୍ରେ ସନ୍ତାନ ପ୍ରସବ: ବର୍ଷକ ପାଇଁ ମାଗଣା ଯାତ୍ରା ଉପହାର
/sambad/media/post_attachments/wp-content/uploads/2017/10/download-7-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)