ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ବେଳେ କଶ୍ମୀର ୟୁନିଭର୍ସିଟିର ଜବର୍ଓ୍ଵାନ୍ ଗେଷ୍ଟ୍ ହାଉସ୍ରେ ନିଅାଁ ଲାଗିଯାଇଛି। ଦେଖଣାହାରିଙ୍କ କହିବାନୁସାରେ, ନିଅାଁ ଲିଭାଇବାକୁ ୫ ରୁ ୬ଟି ଦମକଳ ପଠାଯାଇଥିଲା।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ କି, ଏଥିରେ କେହି ମୃତାହତ ହୋଇଥିବାର ଖବର ମିଳିନାହିଁ।
ଗେଷ୍ଟ୍ ହାଉସ୍ଟି ମୁଖ୍ୟତଃ କାଠରେ ତିଆରି। ପୂର୍ବରୁ ଏହି ଗେଷ୍ଟ୍ ହାଉସ୍ରେ ସୈନିକମାନେ ରହୁଥିଲେ। ୨୦୦୦ ମସିହାରେ ସେଠାରୁ ସୈନିକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/kf.jpg)
