ନୂଆଦିଲ୍ଲୀ: କଶ୍ମୀରରେ ପାକ୍ ଆତଙ୍କବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ଜାରି ରହିଥିବା ହିଂସା ପାଇଁ ପିଡିପି ଏବଂ ବିଜେପିକୁ ବାଦଦେଇ ଅନ୍ୟ ସମସ୍ତ ରାଜନୈତିକ ଦଳ ଦାୟୀ ବୋଲି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି। ବର୍ତ୍ତମାନର ମୋଦୀ ସରକାର ଏବଂ ପୂର୍ବର ଅଟଳ ବିହାରୀ ବାଜପେୟୀଙ୍କ ସରକାର ହିଁ କଶ୍ମୀର ସଙ୍କଟର ସମାଧାନ ପାଇଁ ତତ୍ପରତା ଦେଖାଇଛନ୍ତି ଏବଂ କେନ୍ଦ୍ରରେ ଅନ୍ୟ ସରକାରମାନେ ଏହି ସମସ୍ୟା ପ୍ରତି ସର୍ବଦା ଅଣଦେଖା କରି ଆସିଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ବିଜେପି ଏବଂ ପିଡିପି ପ୍ରତି ନରମ ଆଭିମୁଖ୍ୟ ନେଇ ରାଜ୍ୟପାଳ ଦେଇଥିବା ଏହି ବୟାନକୁ କେନ୍ଦ୍ରକରି କଂଗ୍ରେସ ଏବଂ ନ୍ୟାସନାଲ କନ୍ଫରେନ୍ସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟପାଳ ଅଯଥା ରାଜନୈତିକ ବୟାନବାଜିରୁ ଦୂରେଇ ରହିବା ଉଚିତ ବୋଲି କଂଗ୍ରେସ କହିଛି।
କଶ୍ମୀର ହିଂସା ନେଇ ରାଜ୍ୟପାଳଙ୍କ ବିବାଦୀୟ ବୟାନ
ବିଜେପି, ପିଡିପିକୁ ଛାଡ଼ି ଅନ୍ୟ ସବୁ ଦଳ ଦାୟୀ
/sambad/media/post_attachments/wp-content/uploads/2018/10/nn-vohra-1529412138.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)