ଓଟାୱା : ରବିବାର କାନାଡାର ସସ୍କାଚୱାନ ପ୍ରଦେଶରେ ଛୁରାମାଡ଼ରେ ୧୦ ଜଣଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛୁରାମାଡ଼ କରିଥିବା ଦୁଇ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଅବ୍ୟାହତ ରହିଛି।
ଛୁରାମାଡ଼ ସମ୍ପର୍କରେ ପୁଲିସ ସକାଳ ୫.୪୦ରେ ଏକ କଲ୍ ପାଇଥିଲା। ଜରୁରୀକାଳୀନ କଲ୍ ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ୧୦ ମୃତଦେହ ଜବତ କରିଥିଲା ଏବଂ ୧୫ ଜଣ ଆହତଙ୍କୁ ଡାକ୍ତରଖାନା ପଠାଇଥିଲା। ମୃତାହତମାନେ ଜେମ୍ସ ସ୍ମିଥ କ୍ରି ନେସନର ସୁଦୂର ଆଦିବାସୀ ସମ୍ପ୍ରଦାୟ ଏବଂ ସସ୍କାଚୱାନର ୱେଲଡନ୍ ସହରବାସୀ ବୋଲି ରୟାଲ୍ କାନାଡିୟ ମାଉଣ୍ଟେଡ୍ ପୁଲିସ୍ ଆସିଷ୍ଟାଣ୍ଟ କମିଶନର ରୋଣ୍ଡା ବ୍ଲାକ୍ମୋର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୁଇ ଆକ୍ରମଣକାରୀ ମାଇଲେସ୍ (୩୦) ଏବଂ ଡାମିନ୍ ସାଣ୍ଡରସନ (୩୧)ଙ୍କୁ ଧରିବା ପାଇଁ ଉଦ୍ୟମ ହେଉଛି। ୨,୫୦୦ ଜନସଂଖ୍ୟା ବିଶିଷ୍ଟ ଜେମ୍ସ ସ୍ମିଥ କ୍ରି ନେସନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଅନେକ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/staber-750x430-1.jpg)