ଚଣ୍ଡିଗଡ଼: ବୁଧବାର ଅପରାହ୍ଣରେ ଗୋଟାଏ ବିଚିତ୍ର ଦୁର୍ଘଟଣା ଯୋଗୁଁ ଜଣେ ୨୮ବର୍ଷୀୟ ଯୁବତୀଙ୍କର ଦେହାନ୍ତ ହୋଇଯାଇଛି। ପିଞ୍ଜୋର୍‌ସ୍ଥିତ ଯାଦବୀନ୍ଦ୍ର ଗାର୍ଡେନ୍‌ସ୍‌ ନିକଟରେ ଥିବା ଏକ ପ୍ରମୋଦ ଉଦ୍ୟାନରେ ଥିବା କୋଟିଏ ଗୋ-କାର୍ଟର (ଛୋଟ ଓ ହାଲୁକା ରେସିଙ୍ଗ୍‌ କାର୍‌) ଚକରେ ସେ ଯୁବତୀଙ୍କ କେଶ ଲାଖିଯିବାରୁ ସେଥିରେ ଟାଣି ହୋଇ ତାଙ୍କ ଖପୁରିର ଛାଲ ଉତାରି ହୋଇଯାଇଥିଲା।

Advertisment

ପୀଡ଼ିତା ପୁନୀତ କୌର ବାଥିଣ୍ଡା ଅନ୍ତର୍ଗତ ରାମପୁର ଫୁଲର ବାସ କରନ୍ତି। ତାଙ୍କ କୃଷକ ସ୍ୱାମୀ ଅମରଦୀପ ସିଂହ, ଦୁଇ ବର୍ଷର ପୁଅ ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟମାନଙ୍କ ସହ ଆକ୍ୱା ଭିଲେଜ୍‌ ନାମକ ଏହି ଉଦ୍ୟାନକୁ ବୁଲି ଆସିଥିଲେ।

ପୁଲିସ କହେ, ତାଙ୍କ ପରିବାର ଭ୍ରମଣରେ ବାହରି ସକାଳେ ପରଓ୍ଵାନୁସ୍ଥିତ ଟିମ୍ବର ଟ୍ରେଲ୍‌କୁ ବୁଲି ଯାଇ ମଙ୍ଗଳବାର ଦିନ ଖରାରରେ ପହଞ୍ଚିଥିଲେ। ଟିମ୍ବର୍‌ ଟ୍ରେଲ୍‌ରୁ ଫେରିବା ବାଟରେ ପ୍ରମୋଦ ଉଦ୍ୟାନ ବୁଲି ଆସିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ।

ସେ ଉଦ୍ୟାନକୁ ହରିୟାନା ପର୍ଯ୍ୟଟନ ବିଭାଗ ଜରେ ଘରୋଇ ଠିକାଦାରଙ୍କୁ ଲିଜ୍‌ ଦେଇଛି।

ସେ ପରିବାର ୬ ଜଣ ସଦସ୍ୟଙ୍କ ପାଇଁ ୪ଟି ଗୋ-କାର୍ଟ ବୁକ୍‌ କରିଥିଲେ। ପୁନୀତ ଏବଂ ତାଙ୍କ ସ୍ୱାମୀ ଗୋଟିଏ କାର୍‌ରେ ବସିଥିବାବେଳେ ତାଙ୍କ ପୁଅ ଜେଜିମାଙ୍କ ପାଖରେ ବସିଥିଲା। ଟ୍ରାକ୍‌ରେ ପ୍ରଥମ ଲାପ୍‌ ସରି ଆସୁଥିବାବେଳେ ଦ୍ରୁତ ବେଗ ଯୋଗୁଁ ପୁନୀତଙ୍କ କେଶ ଚକରେ ଲାଖିଯାଇ ତାଙ୍କ ମୁଣ୍ଡରୁ ଛାଲ ଉତୁରି ଯାଇଥିଲା।

ଏ ଘଟଣାରେ ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ ଏବଂ ତୁରନ୍ତ ଗୋ-କାର୍ଟିଙ୍ଗ୍‌ ବନ୍ଦ ହୋଇଥିଲା। ସଙ୍କଟଜନକ ଅବସ୍ଥାରେ ପୁନୀତଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ପଞ୍ଚକୁଳାରେ ଥିବା ସେକ୍ଟର୍‌ ୬ ଜେନେରାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତା ଘୋଷଣା କରାଯାଇଥିଲା।

publive-image Family members of the victim: Image Courtesy of Hindustan Times

ପଞ୍ଚକୁଳା ହସ୍‌ପିଟାଲ୍‌ରୁ ସନ୍ଧ୍ୟା ସାଢ଼େ ପାଞ୍ଚଟାବେଳେ ପୁଲିସ ଡାକରା ପାଇଥିଲା।

ପରିବାର ଲୋକେ ସେମାନଙ୍କର ବୟାନ ଦେଇ ନାହାନ୍ତି। ତଦନ୍ତ ପରେ ତାହା କରାଯିବ। ଆଜି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି।
ଯାଦବୀନ୍ଦ୍ର ଗାର୍ଡେନ୍‌ସ୍‌ର ପରିଚାଳକ ନୀରଜ ଗୁପ୍ତ କହନ୍ତି: ଏ ଘଟଣା ସମସ୍ତଙ୍କୁ ମର୍ମାହାତ କରିଛି। ସାଧାରଣତଃ ସମସ୍ତ ନିରାପତ୍ତା ବ୍ୟବସ୍ଥା ଅନୁସରଣ କରାଯାଇଥାଏ। ଗୋ-କାର୍ଟ ବ୍ୟବହାର କରିବା ସମୟରେ ସମସ୍ତେ ଠିକ୍‌ଭାବେ ହେଲ୍‌ମେଟ୍‌ ପିନ୍ଧିଛନ୍ତି କି, ନାହିଁ, ଅନ୍ୟାନ୍ୟ ନିୟମ ପାଳିଛନ୍ତ କି, ନାହିଁ ଯାଞ୍ଚ କରିବାକୁ ଜଣେ ଲୋକ ନିଯୁକ୍ତି ପାଇଥାଆନ୍ତି। ଏଭଳି ଘଟନା ଘଟିବା ବଡ଼ କ୍ଷୋଭର କଥା।