-୧୪ରୁ ୧୬ ବର୍ଷ ବୟସର ଅଧା ପିଲାଙ୍କୁ ହରଣ କି ଗୁଣନ ଜଣାନାହିଁ,
୨୧% ପିଲା ନିଜ ରାଜ୍ୟ ଜାଣନ୍ତିନିି, ୧୪% ଚିହ୍ନିନାହାନ୍ତି ଭାରତ ମାନଚିତ୍ର
ନୂଆଦିଲ୍ଲୀ, ୧୬|୧: ଦେଶରେ ପ୍ରାଥମିକ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି। ଏପରିକି ଛାତ୍ରଛାତ୍ରୀମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟାହ୍ଣ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି। ଅଥଚ ଆମ ଦେଶର ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କର ଶିକ୍ଷା ଆହରଣ ସ୍ଥିତି ଅତ୍ୟନ୍ତ ଦୟନୀୟ ବୋଲି ଜାଣିବାକୁ ମିଳିଛି। ଏପରିକି ସେମାନଙ୍କ ମଧ୍ୟରୁ ୩୬ ପ୍ରତିଶତ ପିଲାଙ୍କୁ ସେମାନଙ୍କ ଦେଶର ରାଜଧାନୀ କିଏ ବୋଲି ପଚାରିଲେ ଆସୁନି। ୧୪ରୁ ୧୬ ବର୍ଷ ବୟସର ପିଲାଏ ନିଜ ଭାଷାକୁ ଠିକ୍ରେ ପଢ଼ିପାରୁନାହାନ୍ତି। ଏପରିକି ସେମାନଙ୍କ ଭିତରୁ ୫୭ ପ୍ରତିଶତ ପିଲାଙ୍କୁ ଭଲ ଭାବରେ ହରଣ କି ଗୁଣନ ଜଣାନାହିଁ। ଗ୍ରାମାଞ୍ଚଳ ଭାରତରେ ୨୦୧୭ ମସିହା ପାଇଁ କରାଯାଇଥିବା ବାର୍ଷିକ ଶିକ୍ଷା ସ୍ଥିତି ସର୍ବେକ୍ଷଣ(ଏଏସ୍ଇଆର୍)ରୁ ମିଳିଥିବା ଏଭଳି ନୈରାଶ୍ୟଜନକ ତଥ୍ୟ ବୁଦ୍ଧିଜୀବୀମାନଙ୍କୁ ଚକିତ କରିଛି।
ଦେଶର ୨୪ଟି ରାଜ୍ୟର ମୋଟ ୨୮ଟି ଜିଲ୍ଲାରେ କରାଯାଇଥିବା ଏହି ସର୍ବେକ୍ଷଣର ନିର୍ଯ୍ୟାସ ମଙ୍ଗଳବାର ପ୍ରକାଶିତ ହୋଇଛି। ସେଥିରୁ ମିଳିଥିବା ତଥ୍ୟାନୁସାରେ, ଗ୍ରାମାଞ୍ଚଳରେ ରହୁଥିବା ୧୪ରୁ ୧୬ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ସେମାନଙ୍କ ନିଜ ଭାଷାରେ ଠିକ୍ରେ ପଢ଼ି ଜାଣିନାହାନ୍ତି। ସେହିପରି ୧୪ ପ୍ରତିଶତ ପିଲା ଭାରତର ମାନଚିତ୍ର ଦେଖାଇଲେ ତାହାକୁ ତାଙ୍କ ନିଜ ଦେଶର ବୋଲି ଚିହ୍ନିପାରୁନାହାନ୍ତି। ଏପରିକି ୩୬ ପ୍ରତିଶତ ପିଲାଙ୍କୁ ଦେଶର ରାଜଧାନୀ ନୂଆଦିଲ୍ଲୀ ବୋଲି ମଧ୍ୟ ଜଣା ନାହିଁ। ତେବେ ପ୍ରାରମ୍ଭରୁ ଛାତ୍ର ଓ ଛାତ୍ରୀମାନଙ୍କ ଭିତରେ ଶିକ୍ଷାଲାଭର ପରିଣାମ ସମାନ ଥିବା ବେଳେ ୧୪ରୁ ୧୬ ବର୍ଷ ବେଳକୁ ସେମାନଙ୍କ ଭିତରେ ତାରତମ୍ୟ ସ୍ପଷ୍ଟ ବାରି ହୋଇ ପଡ଼ିବା ଘଟଣା ଚିନ୍ତାର ବିଷୟ ହୋଇଛି। ୧୪ ବର୍ଷ ବେଳକୁ ଉଭୟଙ୍କ ପାଇଁ ନାମଲେଖା ହାରରେ ବିଶେଷ ଫରକ ନଥିଲା ବେଳେ ୧୮ ବର୍ଷ ବେଳକୁ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀଙ୍କ ନାମଲେଖା ହାର ୪ ପ୍ରତିଶତ କମିଯାଉଛି।
ଗ୍ରାମାଞ୍ଚଳ ଶିକ୍ଷାର ବାସ୍ତବ ଚିତ୍ର: ୩୬% ପିଲାଙ୍କୁ ଦେଶର ରାଜଧାନୀ ଅଜଣା
/sambad/media/post_attachments/wp-content/uploads/2018/01/village-school-education.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)