ବେଜିଂଭାରତରେ ବିମୁଦ୍ରାକରଣ ପରେ ବେନଗଦୀ କାରବାର ସକ୍ରିୟ ହୋଇଛି। ଅଧିକାଂଶ ଲୋକ ନଗଦ ଟଙ୍କା ବ୍ୟବହାର ନ କରି ଅନ୍ଲାଇନ୍ ବ୍ୟବସ୍ଥା ଆପଣାଉଛନ୍ତି। କିନ୍ତୁ ଚୀନ୍ରେ ଏବେ ଏହି ବେନଗଦୀ କାରବାର ବା ଡିଜିଟାଲ ପେମେଣ୍ଟ ଅତି ସାଧାରଣ ଘଟଣା ହୋଇଛି। ଏଠାକାର ଭିକାରୀମାନେ ବି ଡିଜିଟାଲ ପେମେଣ୍ଟକୁ ସାଦରେ ଗ୍ରହଣ କରିଛନ୍ତି। ହାତରେ ସ୍ମାର୍ଟଫୋନ୍ ଧରି ଭିକ୍ଷା ମାଗୁଛନ୍ତି। ଯେଉଁମାନେ ନଗଦ ନାହିଁ ବୋଲି ଭିକ୍ଷା ଦେବାକୁ ମନା କରୁଛନ୍ତି, ସେମାନଙ୍କୁ ଅନ୍ଲାଇନ୍ ଚ୍ୟାନେଲ୍ରେ ଭିକ୍ଷା ଦେବାକୁ ଅନୁରୋଧ କରୁଛନ୍ତି। ଏମିତି କି ଇ-ଓ୍ଵାଲେଟ୍ ଜରିଆରେ ଅର୍ଥ ଦେବାକୁ କହୁଛନ୍ତି। ଚୀନ୍ର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଏହି ଟେକ୍-ସ୍ୟାଭି ଭିକାରୀମାନଙ୍କୁ ଦେଖିବାକୁ ମିଳୁଛି। ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ବି ସେମାନେ ଇ-ଓ୍ଵାଲେଟ୍ ମାଧ୍ୟମରେ ଭିକ୍ଷା ଦେବାକୁ କହୁଛନ୍ତି। ଏମିତି କି କ୍ୟୁଆର୍ କୋଡ୍ ବି ସେମାନେ ବ୍ୟବହାର କରୁଛନ୍ତି। ଭିକାରୀମାନେ କ୍ୟୁଆର୍ କୋଡ୍ ବ୍ୟବହାର କରିବା ଯେମିତି ଏକ ସାଧାରଣ କଥାରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟପକ୍ଷରେ ଚୀନ୍ର ଘରୋଇ ସଂସ୍ଥା ଓ ଷ୍ଟାର୍ଟଅପ୍ଗୁଡ଼ିକ ଭିକାରୀଙ୍କ ଠାରୁ ବେନଗଦୀ କାରବାର ସହ ଜଡ଼ିତ ‘ସ୍କାନ୍’କୁ ନେଇ ସେମାନଙ୍କ କାରବାରକୁ ବଢ଼ାଉଛନ୍ତି। ସ୍କାନ୍କୁ ଆଧାର କରି ବ୍ୟବସାୟିକ ସଂସ୍ଥାମାନେ ସେମାନଙ୍କ ବିଜ୍ଞାପନ ପଠାଉଛନ୍ତି। ଏହାପରେ ସ୍କାନ୍ ସଂଖ୍ୟାକୁ ଆଧାର କରି ଭିକାରୀଙ୍କୁ କମିସନ ଦେଉଛନ୍ତି।
ଚୀନ୍ ଭିକାରୀଙ୍କ ହାତରେ ଇ-ଓ୍ଵାଲେଟ୍
/sambad/media/post_attachments/wp-content/uploads/2018/07/e-wallet1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)