ନୂଆଦିଲ୍ଲୀ : ୩ ଦିନିଆ ଗୁଜରାଟ ଗସ୍ତରେ ଯାଇଥିବା କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୁଜରାଟରେ ତାଙ୍କର ଶେଷ ଦିନର ନିର୍ବାଚନୀ ପ୍ରଚାର କରିଛନ୍ତି। ଚାମୁଣ୍ଡା ମାତାଜି ମନ୍ଦିରରେ ପୂଜାର୍ଚ୍ଚନା କରିବାରେ ରାହୁଲ ଆଜି ତାଙ୍କ ନିର୍ବାଚନ ପ୍ରଚାରରେ ବାହାରିଥିଳେ। ଏହି ଅବସରରେ ସେ ବିଭିନ୍ନ ଦଳୀୟ ନେତା ଏବଂ ସାଧାରଣ ଜନସାଧାରଣଙ୍କ ସହ ଖୋଲା ଆଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ କଂଗ୍ରେସର ମୂଳ ଲକ୍ଷ୍ୟ ହେଉଛି ଚୀନ ସହ ଲଢିବା କିନ୍ତୁ ଆକ୍ରମଣାତ୍କକ ଉପାୟରେ ନୁହେଁ କିନ୍ତୁ ବିଭିନ୍ନ କମ୍ପାନୀ ପ୍ରତିଷ୍ଠା କରି ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହା ଚୀନ୍ ସହ ଲଢିବ। ରାହୁଲ କହିଛନ୍ତିି ବିଶ୍ୱରେ ଭାରତର ପ୍ରତିଷ୍ଠା ଗୋଟିଏ ରାତିରେ ସୁଦୃଢ ହୋଇଯିବନି ମହାତ୍ମାଗାନ୍ଧୀ ଏଥିପାଇଁ ଅନେକ ବର୍ଷରୁ ଯାତ୍ରା ଆରମ୍ଭ କରିଥିଲେ। ମୋଦି ସରକାରଙ୍କୁ ଆକ୍ଷେପ କରି ରାହୁଲ କହିଥିଲେ ଭାରତ ପ୍ରତିଦିନ କେବଳ ୪୦୦ ଜଣଙ୍କୁ ନିଯୁକ୍ତି ଦେଉଛି କିନ୍ତୁ ଚୀନ୍ ପ୍ରତିଦିନ ୪୦,୦୦୦ଙ୍କୁ ନିଯୁକ୍ତି ଦେଉଛି। ତେଣୁ ଭାରତରେ ହିଂସା ବୃଦ୍ଧି ହେଉଛି। ରାହୁଲ୍ ଆଜି ସୁରେନ୍ଦ୍ରନଗର ଜିଲ୍ଲାର ଚୋବରି ଗ୍ରାମର ମହିଳାମାନଙ୍କ ସହ ସେମାନଙ୍କ ସମସ୍ୟା ନେଇ ଏକ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି। ସେ କହିଛନ୍ତି କୃଷି ଋଣ ଛାଡ଼ କରିବାପାଇଁ ଆମେ ଉତ୍ତର ପ୍ରଦେଶ ସରକାର ଉପରେ ଚାପ ପକାଇଛୁ ଏବଂ ଯଦି ଗୁଜରାଟ୍ରେ କଂଗ୍ରେସକୁ ଭୋଟ୍ ଦିଆଯାଇ କ୍ଷମତାକୁ ଅଣାଯାଏ ତେବେ କୃଷି ଋଣ ଛାଡ଼ ନିଶ୍ଚିତ ଛାଡ଼ ହେବ।
ଚୀନ ସହ ଲଢିବା କଂଗ୍ରେସର ମୂଳ ଲକ୍ଷ୍ୟ : ରାହୁଲ
/sambad/media/post_attachments/wp-content/uploads/2017/09/rahul-gandhi-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)