ନାଗପୁର: ‘ଚୋରି ହୋଇଥିବା ମନ’ ଖୋଜି ଦେବା ପାଇଁ ଜଣେ ଯୁବକ ଥାନାରେ ପହଞ୍ଚିବା ପରେ ନାଗପୁର ପୁଲିସମାନେ ଗୋଟାଏ ବିଚିତ୍ର ପରିସ୍ଥିତିରେ ପଡ଼ିଥିଲେ। ନିକଟରେ ନାଗପୁରର ଏକ ଥାନାରେ ଏପରି ଘଟନା ଘଟିଥିବା କଥା ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି।
ଗୋଟାଏ ଝିଅ ତାଙ୍କର ମନ ‘ଚୋରି’ କରିଛି ଏବଂ ‘ଚୋରି ହୋଇଥିବା ମନ’କୁ ଫେରାଇ ଆଣିବାକୁ ଯୁବକଟି ଅଭିଯୋଗ କରିବାକୁ ଚାହୁଁଥିଲେ।
ପୁଲିସ କର୍ମଚାରୀମାନେ ସବୁବେଳେ ଜିନିଷପତ୍ର ଚୋରି ହୋଇଥିବା ବିଷୟରେ ଅଭିଯୋଗ ପାଆନ୍ତି, କିନ୍ତୁ ଏ ଅଦ୍ଭୁତ ମାମଲା ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେବାରୁ ସେ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କ ବରିଷ୍ଠଙ୍କୁ ଉପଦେଶ ମାଗିଲେ। ତାଙ୍କ ବରିଷ୍ଠମାନେ ଅନୌପଚାରିକ ଭାବେ ମାମଲାର ଆଲୋଚନା କରି ଉପସଂହାରରେ ପହଞ୍ଚିଲେ ଯେ ଏ ଭଳି ଅଭିଯୋଗ ବୁଝିବାକୁ ଭାରତୀୟ ଆଇନ୍ରେ କୌଣସି ଧାରା ନାହିଁ।
ଶେଷକୁ, ଏ ସମସ୍ୟା ସମାଧାନ ନିମନ୍ତେ ତାଙ୍କ ପାଖରେ କୌଣସି ଉପାୟ ନାହିଁ କହି ପୁଲିସମାନେ ଯୁବକଙ୍କୁ ଫେରାଇ ଦେଲେ।
ଏ ଭଳି ଅଦ୍ଭୁତ ଘଟନା ଗତ ସପ୍ତାହରେ ନାଗପୁର ପୁଲିସ କମିସନର୍ ଭୂଷଣ କୁମାର ଉପାଧ୍ୟାୟ ଗତ ସପ୍ତାହରେ ଏକ କାର୍ଯ୍ୟକ୍ରମରେ କହୁଥିଲେ। ସେହି କାର୍ଯ୍ୟକ୍ରମରେ ଉଦ୍ଧାର ହୋଇଥିବା ପ୍ରାୟ ୮୨ ଲକ୍ଷ ଟଙ୍କାର ଚୋରି ଜିନିଷ ସମ୍ପୃକ୍ତ ମାଲିକମାନଙ୍କୁ ଫେରାଇ ଦିଆଯାଇଥିଲା।
ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଉପାଧ୍ୟାୟ ରହସ୍ୟ କରି କହିଲେ: ଆମେ ଚୋରି ଜିନିଷ ଫେରାଇ ପାରିବୁ, କିନ୍ତୁ ବେଳେ ବେଳେ ଆମେ ଏମତି ଅଭିଯୋଗ ପାଉଛୁ ଯାହାକୁ ଆମେ ସମାଧାନ କରି ପାରୁନୁ।