ବିଜାପୁର : ଛତିଶଗଡର ବିଜାପୁରର ମିରତୁର ଜଙ୍ଗଲରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟ ପରେ ତିନି ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ପାଖରୁ ୩ଟି ବନ୍ଧୁକ ଜବତ କରିଛି ପୁଲିସ । ମିରତୁର ଜଙ୍ଗଲେ ମାଓବାଦୀ ଥିବା ଗୋଇନ୍ଦା ସୂଚନା ପାଇଁ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ପୁଲିସକୁ ଜଙ୍ଗଲରେ ଦେଖିବା ପରେ ଗୁଳିମାଡ କରିଥିଲେ ମାଓବାଦୀ । ପୁଲିସର ପାଲଟା ଗୁଳି ମାଡର କିଛି ସମୟ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ । ପୁଲିସ ତିନି ଜଣ ମାଓବାଦୀଙ୍କ ମୃତଦେହ ଜବତ କରିଛି । ମିରତୁର ଜଙ୍ଗଲରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି ମୋହିତ ଗର୍ଗ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/mao-2.jpg)