ଜମ୍ମୁରେ ପାକିସ୍ତାନୀ ସୈନ୍ୟଙ୍କ ଅସ୍ତ୍ରବିରତି ଉଲ୍ଲଂଘନ: ବିଏସ୍‌ଏଫ୍‌ ଯବାନ ସହିଦ

ଜମ୍ମୁ: ଜମ୍ମୁ ଅନ୍ତର୍ଗତ ଆର୍‌ ଏସ୍‌ ପୁର ସେକ୍ଟର୍‌ସ୍ଥିତ ଆନ୍ତର୍ଜାତିକ ସୀମାରେଖା ଠାରେ ଗୁରୁବାର ଦିନ ଗୁଳି ଓ ବୋମା ପକାଇ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ସୀମାନ୍ତ ନିରାପତ୍ତା ବଳର ଜରେ ଯବାନ ସହିଦ ହୋଇଛନ୍ତି।

ଗତକାଲି ରାତି ନଅଟାବେଳେ ବର୍ଡର୍‌ ଆଉଟ୍‌ ପୋଷ୍ଟ୍‍ ଏବଂ ସାଧାରଣ ନାଗରିକ ବସବାସ କରୁଥିବା ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳି ଓ ବୋମା ନିକ୍ଷେପ କରିଥିଲା ବୋଲି ଜଣେ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି।

ବିଏସ୍‌ଏଫ୍‌ ଯବାନମାନେ ଏହାର ଠିକଣା ଜବାବ ଦେଇଛନ୍ତି ବୋଲି ଜମ୍ମୁର ଅତିରିକ୍ତ ଡେପୁଟି କମିସନର୍‌ ଅରୁଣ ମାନହସ କହିଛନ୍ତି।
ସେ କହିଛନ୍ତି ଯେ ବୋମା ମାଡ଼ରେ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଛନ୍ତି।

ପାକିସ୍ତାନୀ ସେନା ନିକ୍ଷେପ କରିଥିବା ବୋମା ଆର୍ଣ୍ଣିଆ ବେଲ୍‌ଟ୍‌ରେ ପଡ଼ିବାରୁ କେତେକ ଗାଁରେ ପଡ଼ିଥିଲା।

ପାକିସ୍ତାନ ତରଫରୁ ନିରବଚ୍ଛିନ୍ନ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ସମ୍ଭାବନା ଥିବାରୁ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି। କିନ୍ତୁ, ଏ ପର୍ଯ୍ୟନ୍ତ ଗ୍ରାମବାସୀମାନଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ।

ସମ୍ବନ୍ଧିତ ଖବର