ନୂଆଦିଲ୍ଲୀ: କେନ୍ଦ୍ର ଜାହାଜ ଚଳାଚଳ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁଣି ବିଜେପିକୁ ଅଡ଼ୁଆରେ ପକାଇବା ସହିତ ଚର୍ଚ୍ଚାକୁ ଆସିଛନ୍ତି। ଗତକାଲି ପୁନେରେ ଏକ ସଭାରେ ଗଡ଼କରୀ କହିଥିଲେ ଆମେ ଜାତିବାଦରେ ବିଶ୍ବାସ କରୁନାହୁଁ। ଆମର ୫ଟି ଜିଲ୍ଲାରେ ଜାତିର କୌଣସି ସ୍ଥାନ ନାହିଁ। କାରଣ ମୁଁ ସମସ୍ତଙ୍କୁ ସତର୍କ କରାଇ ଦେଇଛି ଯିଏ ଜାତି କଥା କହିବ ତାକୁ ମୁଁ ପିଟିବି। ମଧ୍ୟପ୍ରଦେଶ କଂଗ୍ରେସ ପକ୍ଷରୁ ଟ୍ବିଟରରେ ଗଡ଼କରୀଙ୍କ ଏହି ମନ୍ତବ୍ୟକୁ ପ୍ରଚାର କରାଯାଇଛି। କଂଗ୍ରେସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଭୋଟ ପାଇଁ ଯେଉଁମାନେ ହନୁମାନ ଜୀଙ୍କ ଜାତି ନିର୍ଣ୍ଣୟ କରୁଛନ୍ତି ସେମାନଙ୍କୁ କେବେ ପିଟିବେ? ନିକଟ ଅତୀତରେ ହନୁମାନଙ୍କ ଜାତିକୁ ନେଇ ବିଜେପିର ବିଭିନ୍ନ ନେତା ଦେଇଥିବା ବୟାନକୁ କଂଗ୍ରେସ ମନେ ପକାଇବାକୁ ଯାଇ ଏଭଳି ଟ୍ବିଟ୍ କରିଛି। ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଙ୍କୁ ଦଳିତ କହିଥିବାବେଳେ ବିଜେପି ଏମପି ହରି ଓମ୍ ପାଣ୍ଡେ ହନୁମାନ ବ୍ରାହ୍ମଣ ଥିଲେ ବୋଲି କହିଥିଲେ। ସେହିଭଳି ବିଜେପି ଏମଏଲସି ବୁକଲ୍ ନୱାବ ହନୁମାନ ଜଣେ ମୁସଲିମ ଥିଲେ ବୋଲି କହିଥିବାବେଳେ ୟୁପିର ଅନ୍ୟ ଜଣେ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାଏନ୍ ହନୁମାନ ଜଣେ ଜାଟ୍ ଥିଲେ ବୋଲି ମନ୍ତବ୍ୟ ଦେଇଥିଲେ। ପୂର୍ବରୁ ଗଡ଼କରୀଙ୍କ ଅନ୍ୟ ଏକ ମନ୍ତବ୍ୟକୁ ନେଇ ମଧ୍ୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କୁ ପ୍ରଶଂସା କରିଥିଲେ।
ଜାତିକୁ ନେଇ ରାଜନୀତି କଲେ ପିଟିବି: ଗଡ଼କରୀ
/sambad/media/post_attachments/wp-content/uploads/2019/02/gadkari.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)