ହାଇଦ୍ରାବାଦ୍: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି (ତେଲୁଗୁ ଦେଶମ ପାର୍ଟି)କୁ ପୁଣିଥରେ ଶକ୍ତ ଝଟ୍କା ଲାଗିଛି। ଟିଡିପି ମୁଖପାତ୍ର ଲଙ୍କା ଦିନାକର ଗତକାଲି ଟିଡିପି ଛାଡ଼ିଦେଇ ବିଜେପିରେ ଯୋଗ ଦେଇଥିବାବେଳେ ଆଜି ପୁଣିଥରେ ତେଲେଙ୍ଗାନାରୁ ୩ ଜଣ ଟିଡିପି ନେତା ଇ ପେଡ୍ଡି ରେଡ୍ଡି, ବୋଡ଼ ଜନାର୍ଦ୍ଧନ ଏବଂ ପୂର୍ବତନ ସାଂସଦ ସୁରେଶ ରେଡ୍ଡି ବିଜେପିରେ ଯୋଗ ଦେଇଛନ୍ତି। ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ଦୁଇମନ୍ତ୍ରୀ ଥିଲେ ଇ ପେଡ୍ଡି ରେଡ୍ଡି ଏବଂ ବୋଡ଼ ଜନାାର୍ଦ୍ଧନ। ତେବେ ଏହି ୩ ଜଣ ନେତା ବିଜେପିରେ ଯୋଗ ଦେବା ଫଳରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ର ସମିତି) ପାଇଁ ଏହା ଏକ ବଡ଼ ଚ୍ୟାଲେଂଜ ହେବ ବୋଲି କୁହାଯାଉଛି। ଦଳ ମୁଖ୍ୟାଳୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଲଙ୍କା ଦିନାକରଙ୍କ ସମେତ ଅନ୍ୟମାନେ ବିଜେପିରେ ଯୋଗ ଦେଇଛନ୍ତି। ଦିନାକର ମଧ୍ୟ ଟିଡିପି ମୁଖ୍ୟ ନାଇଡ଼ୁଙ୍କ ନିକଟରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେହିପରି ଆଇଏନଏଲଡି (ଭାରତୀୟ ଜାତୀୟ ଲୋକ ଦଳ) ରାଜ୍ୟସଭା ସଦସ୍ୟ ଏବଂ ପୂର୍ବତନ ସାଂସଦ ଏପି ଅବଦୁଲାକୁଟ୍ଟି ମଧ୍ୟ ଗତକାଲି ବିଜେପିରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ପୂର୍ବରୁ ଟିଡିପି ରାଜ୍ୟସଭା ସାଂସଦ ୱାଇଏସ୍ ଚୌଧୁରୀ, ସିଏମ୍ ରମେଶ, ଟିଜି ଭେଙ୍କଟେଶ, ଜି ମୋହନ ରାଓ, ବିଜେପିରେ ଯୋଗ ଦେଇଥିଲେ। ଅନ୍ୟପକ୍ଷେ ବରିଷ୍ଠ କଂଗ୍ରେସ ନେତା ଏମ ଶଶିଧର ରେଡ୍ଡି ଏବଂ ଦଳର ସଂଖ୍ୟାଲଘୁ ପ୍ରକୋଷ୍ଠ ନେତା ଶେଖ୍ ରହମତୁଲ୍ଲା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ଟିଡିପିକୁ ପୁଣି ଝଟ୍କା, ମୁଖପାତ୍ରଙ୍କ ସମେତ ୪ନେତା ବିଜେପିରେ ଯୋଗଦେଲେ
/sambad/media/post_attachments/wp-content/uploads/2018/12/TDP-480x400-1-480x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)