ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଦେଶପାଇଁ ଆସୁଥିବା ଯେକୌଣସି ଆହ୍ଵାନକୁ ସାମ୍ନା କରିବା ସହ ତତ୍କାଳ ଯୁଦ୍ଧ ପାଇଁ ମଧ୍ୟ ସକ୍ଷମ ବୋଲି ବାୟୁସେନା ମୁଖ୍ୟ ମାର୍ଶାଲ ବିଏସ୍ ଧନୋଆ କହିଛନ୍ତି। ଭୌଗୋଳିକ ଏବଂ ରାଜନୀତିକ ବାତାବରଣରେ ଲାଗି ରହିଥିବା ଅନିଶ୍ଚିତତା ପାଇଁ ଭାରତୀୟ ବାୟୁସେନାକୁ ଏକ କ୍ଷୁଦ୍ର ଅଥଚ ଶାଣିତ ତଥା ଶକ୍ତିଶାଳୀ ଯୁଦ୍ଧ ଲଢ଼ିବାକୁ ପଡ଼ିପାରେ। ତେଣୁ ସେଥିପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ ଭାରତୀୟ ବାୟୁସେନାର ୮୫ତମ ବାର୍ଷିକୋତ୍ସବ ଅବସରରେ ଧନୋଆ ସାଥୀ ଯବାନମାନଙ୍କୁ ଆହ୍ଵାନ କରିିଛନ୍ତି।
ଆଜି ଗାଜିଆବାଦ୍ ସ୍ଥିତ ହିଣ୍ଡୋନ୍ ବାୟୁସେନା ଷ୍ଟେସନ୍ରେ ବାୟୁସେନା ଅଧିକାରୀମାନଙ୍କୁ ଉଦ୍ବୋଧନ ଦେଇ ଧନୋଆ କହିଛନ୍ତି ଯେ ବାୟୁସେନା ଯବାନମାନେ ଯେ କୌଣସି ସମୟରେ ମଧ୍ୟ ଯୁଦ୍ଧପାଇଁ ତୟାର ଅଛି ଏବଂ ସୁରକ୍ଷା ସଂକ୍ରାନ୍ତରେ କୌଣସି ପ୍ରକାର ଚ୍ୟାଲେଞ୍ଜକୁ ଅତି ଉତ୍ତମ ଭାବେ ପରିଚାଳନା କରିପାରିବ। ବାୟୁସେନା ବହୁବିଧ ରଣନୀତିକ ଦକ୍ଷତା ହାସଲ କରିସାରିଛି। ପଠାନକୋଟ୍ର ବାୟୁସେନା ଘାଟି ଉପରକୁ ଆକ୍ରମଣ ପରଠାରୁ ଆଇଏଏଫ ସବୁ ବାୟୁସେନା ଘାଟି ଗୁଡ଼ିକର ସୁରକ୍ଷା ସ୍ଥିତି ସୁଦୃଢ଼ କରିଦେଇଛି ଏବଂ ଯେକୌଣସି ପ୍ରକାର ଆକ୍ରମଣକୁ ପ୍ରତିରୋଧ କରିବା ପାଇଁ ସବୁ ଘାଟିରେ ଆବଶ୍ୟକୟ ସରଞ୍ଜାମ ଯୋଗାଇ ଦିଆଯାଇଛି।
ଆଜି ବାୟୁସେନା ଦିବସ ପାଳନ ଅବସରରେ ଧନୋଆ ପୂର୍ବତନ ବାୟୁସେନା ମୁଖ୍ୟ ମାର୍ଶାଲ ଅର୍ଜନ ସିଂହଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସାଥୀ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ସେ ଆହୁରି କହିଥିଲେ ଯେ ଭୌଗୋଳିକ-ରାଜନୀତିକ ବାତାବରଣରେ ଥିବା ଅନିଶ୍ଚିତତା ପାଇଁ ଭାରତୀୟ ବାୟୁସେନାକୁ ଏକ କ୍ଷୁଦ୍ର ଅଥଚ ଶାଣିତ ତଥା ଶକ୍ତିଶାଳୀ ଯୁଦ୍ଧ ଲଢ଼ିବାକୁ ପଡ଼ିପାରେ। ବାୟୁସେନାକୁ ଏକ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଭିତ୍ତିକ ବଳରେ ପରିଣତ କରି ଆଗାମୀ କିଛି ବର୍ଷ ମଧ୍ୟରେ ଏହାର ସମ୍ପୂର୍ଣ୍ଣ ଦକ୍ଷତାକୁ ବିକଶିିତ ତଥା ବୃଦ୍ଧି କରିବାର ଲକ୍ଷ୍ୟ ରହିଛି। ତେବେ ବର୍ତ୍ତମାନ ସ୍ଥିତିରେ ଥିବା ଅନିଶ୍ଚିତତା ପାଇଁ ଭାରତୀୟ ବାୟୁସେନାକୁ ବହୁବିଧ ଆହ୍ଵାନକୁ ସାମନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦେଶର ସମଗ୍ର ପ୍ରତିରକ୍ଷା କ୍ଷମତାକୁ ବୃଦ୍ଧି କରିବାପାଇଁ ଭାରତୀୟ ବାୟୁ ସେନା, ସ୍ଥଳ ସେନାବାହିିନୀ ଏବଂ ନୌସେନା ମଧ୍ୟରେ ଉତ୍ତମ ଯୋଜନା ଏବଂ ସହଯୋଗର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସମ୍ମାନ ଦେଇ ଉଚ୍ଚ ବୈଷୟିକ ସେନା ଉପକରଣର ସ୍ୱଦେଶୀ ବିକାଶର ସହଯୋଗ ଦିଗରେ ବାୟୁସେନା ପ୍ରତିବଦ୍ଧ।
ତତ୍କାଳ ଯୁଦ୍ଧ ଲଢ଼ିବାକୁ ଭାରତ ପ୍ରସ୍ତୁତ
/sambad/media/post_attachments/wp-content/uploads/2017/10/download-1-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)