ନୂଆଦିଲ୍ଲୀ: ଶୁକ୍ରବାର ରାତି, ଶନିବାର ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବଡ଼ ଧରଣର ଆକ୍ରମଣ । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା । ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ ।
ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ୍ କହିଛି ।
ସେପଟେ ରାଜଧାନୀ ତେହେରାନରେ ପରିସ୍ଥିତି ସ୍ୱାଭାବିକ ଥିବା ଇରାନ କହିଛି । ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ ଆଇଡିଏଫ୍ ଦ୍ବାରା ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ହତ୍ୟା ପରେ ଆକ୍ରମଣାତ୍ମକ ହୋଇପଡିଛି ଇରାନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/26/fTXNGJwmuyWTQjpylkbe.jpg)