ପାନାଜି : ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଆଜି ଗୋଆ କୋର୍ଟ ଦୁଷ୍କର୍ମ ମାମଲା ନେଇ ଚାର୍ଜଫ୍ରେମ କରିଛି। ଆସନ୍ତା ନଭେମ୍ବର ୨୧ରୁ ଏହାର ଶୁଣାଣି ଆରମ୍ଭ ହେବ ବୋଲି କୋର୍ଟ କହିଛନ୍ତି। ୨୦୧୩ ନଭେମ୍ବରରେ ଜଣେ କନିଷ୍ଠ ସହକର୍ମୀଙ୍କୁ ଦୁଷ୍କର୍ମ ଓ ଯୌନ ଅସଦାଚରଣ କରିଥିବା ନେଇ ତେଜପାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେହେଲକା ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେବାପାଇଁ ଏହି ସାମ୍ବାଦିକା ଏଲିଭେଟରରେ ଯାଉଥିବାବେଳେ ସେଠାରେ ତେଜପାଲ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ପୁଲିସରେ ଅଭିଯୋଗ କରିଥିଲେ। ଏହାର ମାସକ ପରେ ଉକ୍ତ ସାମ୍ବାଦିକା ଚାକିରି ଛାଡ଼ିଦେଇଥିଲେ। ଦୁଷ୍କର୍ମ ମାମଲା ରୁଜୁ ହେବାପରେ ତେଜପାଲ ତେହେଲକାର ସମ୍ପାଦକ ପଦରୁ ହଟି ଯାଇଥିଲେ। ୨୦୧୩ ନଭେମ୍ବର ୩୦ରେ ପୁଲିସ ତରୁଣଙ୍କୁ ଗିରଫ କରିଥିଲା। ଗୋଆ କୋର୍ଟରେ ତେଜପାଲ ନିର୍ଦ୍ଦୋଷ ଓ ତାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଏସମ୍ପର୍କିତ ମାମଲା ଚାଲିଥିବାରୁ ଚାର୍ଜଫ୍ରେମ ନକରିବାକୁ ତାଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ। ତେବେ ଗୋଆ କୋର୍ଟ ମାମଲା ଉପରେ ହାଇକୋର୍ଟ କଟକଣା ଜାରି କରିନଥିବାରୁ ନିଜଆଡ଼ୁ ମାମଲାକୁ ରୋକିବେ ନାହିଁ ବୋଲି ବିଚାରପତି ବିଜୟ ପଲ୍ କହିଛନ୍ତି। ତେଜପାଲଙ୍କୁ ଆଇପିସିର ଧାରା ୩୭୬-୨(ଦୁଷ୍କର୍ମ),୩୪୧, ୩୪୨, ୩୫୪ଏ(ଯୌନ ଉତ୍ପୀଡ଼ନ), ୩୫୪ବି(ପୋଷାକ ଉତାରିବାକୁ ଜବରଦସ୍ତି)ରେ ଅଭିଯୁକ୍ତ କରାଯାଇଛି। ଗୋଆ ଫାଷ୍ଟ ଟ୍ରାକ୍ କୋର୍ଟରେ ଦାଖଲ ହୋଇଥିବା ୨,୬୮୪ ପୃଷ୍ଠାର ଚାର୍ଜସିଟ୍ରେ ତରୁଣ ତେଜପାଲ ଉକ୍ତ ମହିଳାଙ୍କୁ ଦୁଇ ଥର ନିର୍ଯାତନା ଦେଇଥିବା ଦର୍ଶାଯାଇଛି। ତେଜପାଲଙ୍କ ବିରୋଧରେ ମାମଲାକୁ ପ୍ରମାଣିତ କରିବାପାଇଁ ବଳିଷ୍ଠ ପ୍ରମାଣ ରହିଥିବା ପୁଲସ ସୂତ୍ରରୁ ପ୍ରକାଶ।
ଗୋଆ କୋର୍ଟ: ତେଜପାଲ ଦୁଷ୍କର୍ମ ମାମଲାରେ ନଭେମ୍ବର ୨୧ରୁ ଶୁଣାଣି
/sambad/media/post_attachments/wp-content/uploads/2017/09/ndtv.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)