କୋଲକାତା: ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିଦିଙ୍କ ତୃଣମୂଳକୁ ମାତ୍ ଦେଇ ବିଜୟ ଟିକା ପିନ୍ଧିବା ଲକ୍ଷ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବେ ରାତିଦିନ ଏକ କରିଦେଇଛି। ଏହି କ୍ରମରେ ବିଜେପି ଓ ବେଙ୍ଗଲର ‘ଦାଦା’ ମାନେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ କେନ୍ଦ୍ର କରି ପଶ୍ଚିମବଙ୍ଗରେ ଏକ ଚର୍ଚ୍ଚା ଆଲୋଚନା ଜୋର ଧରିଛି।
କୁହାଯାଉଛି ‘ଦାଦା’ ଗାଙ୍ଗୁଲି କୁଆଡ଼େ ବିଜେପିରେ ସାମିଲ ହୋଇ ହାତରେ ପଦ୍ମ ଧରି ଦଳ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ। ମାର୍ଚ୍ଚ ୭ରେ କୋଲକାତାରେ ଦଳ ପକ୍ଷରୁ ଆୟେଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମାବେଶରେ ସାମିଲ ହୋଇ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହେବେ।
ଗାଙ୍ଗୁଲିଙ୍କୁ କେନ୍ଦ୍ରକରି ଏପରି କଳ୍ପନା ଜଳ୍ପନା ଚାଲିଥିବା ବେଳେ ବଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି ଯେ ଏ ବିଷୟରେ ତାଙ୍କ ପାଖରେ କୌଣସି ଖବର ନାହିଁ କିମ୍ବା ଏ ବିଷୟରେ କୌଣସି ଧାରଣା ନାହିଁ। ଅନ୍ୟପକ୍ଷରେ ଏ ଆଲୋଚନାକୁ ନେଇ ‘ଦାଦା’ ନିରବ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ଜାନୁଆରୀରେ ଗାଙ୍ଗଲି ସାମାନ୍ୟ ହୃଦଘାତରେ ଆକ୍ରାନ୍ତ ହେବା ପରେ ତୃଣମୂଳର ମମତା ଦିଦିଙ୍କ ଠାରୁ ଆରମ୍ଭ କରି ବିଜେପି ଓ ବାମଦଳର ବରିଷ୍ଠ ନେତାମାନେ ହସ୍ପିଟାଲ ଯାଇ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ ନିଜ ନିଜ ଆଡ଼କୁ ଟାଣିବାକୁ କସରତ ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/A1.jpeg)