ନୂଆଦିଲ୍ଲୀ: ଦିଲ୍ଲୀକୁ ପ୍ଲାଷ୍ଟିକ୍ ଆବର୍ଜନା ମୁକ୍ତ କରିବାପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଦକ୍ଷିଣ ଦିଲ୍ଲୀ ପୌର ନିଗମ ପକ୍ଷରୁ ସହରରେ ପ୍ରଥମ ଗାର୍ବେଜ୍ କେଫ୍ ଖୋଲାଯାଇଛି। ଦ୍ବାରକା ସେକ୍ଟର ୨୧ର ସିଟି ସେଣ୍ଟର ମଲ୍ରେ ଏହି କେଫ୍ ଖୋଲାଯାଇଛି। ଏଠାରେ ପ୍ଲାଷ୍ଟିକ୍ ଆବର୍ଜନା ବଦଳରେ ଲୋକମାନଙ୍କୁ ମାଗଣା ଖାଦ୍ୟ ମିଳୁଛି। ମଲ୍ର ଅନ୍ୟ ଫୁଡ୍ ଆଉଟ୍ଲେଟ୍ ଗୁଡ଼ିକରେ ମଧ୍ୟ ଗ୍ରାହକମାନେ ପ୍ଲାଷ୍ଟିକ୍ ଆବର୍ଜନା ବଦଳରେ ରିହାତି ପାଇପାରିବେ। ଏହି କେଫ୍ରେ ୨୫୦ ଗ୍ରାମ୍ ପ୍ଲାଷ୍ଟିକ୍ ବଦଳରେ ସ୍ନାକ୍ସ ମିଳୁଛି ଏବଂ ୧ କିଲୋଗ୍ରାମ୍ ପ୍ଲାଷ୍ଟିକ୍ ବଦଳରେ ସମ୍ପୂର୍ଣ୍ଣ ମିଲ୍ ମିଳୁଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କେଫ୍ରେ ଅତ୍ୟନ୍ତ ଉତ୍ତମ ମାନର ଖାଦ୍ୟ ଦିଆଯାଉଛି। ପୂର୍ବରୁ ଚଣ୍ଡିଗଡ଼ରେ ପ୍ରଥମ ଗାର୍ବେଜ୍ କେଫ୍ ଖୋଲାଯାଇଥିଲା।
ଦିଲ୍ଲୀରେ ଖୋଲିଲା ଗାର୍ବେଜ୍ କେଫ୍
/sambad/media/post_attachments/wp-content/uploads/2019/12/download-29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)