ନୂଆଦିଲ୍ଲୀ : ‘ଓଡ଼ିଶା ସମାଜ’ ସଂଗଠନ ପକ୍ଷରୁ ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ‘ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶା’ ସମ୍ପର୍କିତ ଗୋଲ୍ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ବିନାଶକାରୀ ଜଳବାୟୁ ପରିବର୍ତ୍ତନକୁ ଏଡ଼ାଇବାପାଇଁ ରାଜ୍ୟ ତଥା ଦେଶରେ ନୀତି ଓ ଯୋଜନା ପ୍ରଣୟନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନାରେ ବିଶେଷଜ୍ଞମାନେ ମତ ରଖିଥିଲେ। ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଗୋଲଟେବୁଲ୍ ଆଲୋଚନାଚକ୍ରରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ପ୍ରଫେସର ୟୁସି ମହାନ୍ତି, (ଟିଇଆରଆଇ) ର ବାରାଥ ମହାଦେବନ , ଅକ୍ସଫୋର୍ଡ ପଲିସି ମ୍ୟାନେଜମେଣ୍ଟ୍ର ଅଜିତ ରାଧାକ୍ରିଷ୍ଣନ, ବିଶ୍ୱବ୍ୟାଙ୍କର ତାପସ ପଲ୍ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp