ଦିଲ୍ଲୀ ସ୍ବାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର କଡ଼କଡ଼ଡୁମା ସ୍ଥିତ ସ୍ବାସ୍ଥ୍ୟ ସେବା ମହାନି‌ର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) କୋଠାରେ ଆଜି ଅପରାହ୍ନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ସମୟରେ ଡିଜିଏଚ୍‌ଏସ୍‌ରେ ୪୦୦-୫୦୦ ଲୋକ ଏବଂ କିଛି ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ଏହି ଭବନରେ ଥିବା ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହେବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ପ୍ରଥମେ ଡିଜିଏଚଏସ୍‌ କୋଠାର ଷଷ୍ଠ ମହଲାରେ ନିଆଁ ଲାଗିଥିଲା ଏବଂ ପରେ ଏହା ସପ୍ତମ ମହଲାକୁ ବ୍ୟାପି ଯାଇଥିଲା। ଅଗ୍ନିଶମ ବିଭାଗର ୨୧ଟି ଟିମ୍‌ ଉଦ୍ଧାର ଓ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ। ସାଂସଦ ଗୌତମ ଗମ୍ଭୀର କହିଛନ୍ତି ଯେ ଦିଲ୍ଲୀ ଅଗ୍ନିଶମ ବିଭାଗ ଦ୍ବାରା ତ୍ବରିତ ପଦକ୍ଷେପ ନିଆଯାଇଥିବାରୁ ଏତେ ବଡ଼ ଅଗ୍ନିକାଣ୍ଡ ଯଥା ସମୟରେ ନିୟନ୍ତ୍ରଣ ହୋଇପାରିଲା।

ସମ୍ବନ୍ଧିତ ଖବର