ଅମରାବତୀ: ଆନ୍ଧ୍ରପ୍ରଦେଶ ବିଧାନସଭାରେ ଆଜି ଦିଶା ଆଇନ-୨୦୧୯କୁ ମଂଜୁରି ମିଳିଛି। ଏହି ଆଇନ ବଳରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଘଟୁଥିବା ଘୃଣ୍ୟ ଅପରାଧରେ ଜଡ଼ିତ ଅପରାଧୀଙ୍କୁ ୨୧ ଦିନରେ ଦଣ୍ଡ ମିଳିବ। ମହିଳାଙ୍କ ସୁରକ୍ଷା ପାଇଁ ଆସିଥିବା ଏହି ବିଲ୍କୁ ପ୍ରଥମେ ରାଜ୍ୟ କ୍ୟାବିନେଟ୍ ବୈଠକରେ ମଂଜୁରି ମିଳିଥିଲା। ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନ ମୋହନ ରେଡ୍ଡି ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ମାମଲାରେ ଦୋଷୀ ବିରୋଧରେ ବଳିଷ୍ଠ ପ୍ରମାଣ ଥିଲେ ତାକୁ ୨୧ ଦିନ ମଧ୍ୟରେ ଦଣ୍ଡ ମିଳିବ। ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ହାଇଦ୍ରାବାଦ୍ ଡାକ୍ତରାଣୀଙ୍କ ପରିଚୟକୁ ସୁରକ୍ଷା ଦେବାକୁ ଯାଇ ପୁଲିସ ତାଙ୍କ ନାମ ‘ଦିଶା’ ଦେଇଥିଲା। ତେଣୁ ଦିଶା ନାମରେ ମହିଳାଙ୍କ ସୁରକ୍ଷା ପାଇଁ ଏହି ବିଲ୍ ଆସିଛି।
ଦିଶା ଆଇନ-୨୦୧୯କୁ ମଂଜୁରି, ୨୧ ଦିନରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ମିଳିବ
/sambad/media/post_attachments/wp-content/uploads/2019/10/Judgement.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)