ନୂଆଦିଲ୍ଲୀ: ଦେଶରେ କରୋନା ଟେଷ୍ଟିଂ ୨ କୋଟି ଟପିଯାଇଛି। ଆଇସିଏମ୍ଆର ଅନୁଯାୟୀ ଅଗଷ୍ଟ ୨ ସୁଦ୍ଧା ଦେଶରେ ୨ କୋଟି ୨ ଲକ୍ଷ ୨ହଜାର ୮୫୮ ନମୁନା ପରୀକ୍ଷା ହୋଇଛି। ରବିବାର ୩ ଲକ୍ଷ ୮୧ ହଜାର ୨୭ ନମୁନା ପରୀକ୍ଷା ହୋଇଛି। ଗତ ଜୁଲାଇ ୬ରେ ଦେଶରେ ଟେଷ୍ଟିଂ ୧ କୋଟି ଅତିକ୍ରମ କରିଥିଲା। ଦେଶରେ ଏବେ ୧୩୪୮ଟି ଟେଷ୍ଟିଂ ଲ୍ୟାବ୍ ରହିଛି। ୯୧୪ଟି ସରକାରୀ ଏବଂ ୪୩୪ ଟି ଘରୋଇ ଲ୍ୟାବ୍ ରହିଛି। ପ୍ରଥମେ ଜାନୁଆରିରେ ଗୋଟିଏ ଲ୍ୟାବ୍ରୁ ଟେଷ୍ଟିଂ ଆରମ୍ଭ ହୋଇଥିଲା। ପରେ ଲକ୍ଡାଉନ୍ ଆରମ୍ଭରେ ଏହା ୧୦୦କୁ ବୃଦ୍ଧି ପାଇଥିଲା। ଏବେ ଏହା ବଢ଼ି ୧୩୪୮ରେ ପହଞ୍ଚିଛି। ଗତ ଜୁଲାଇ ୧୫ରୁ ଜୁଲାଇ ୨୮ ମଧ୍ୟରେ ଦେଶ ୫୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ୍ କରିଛି। ଏହି ୧୫ ଦିନରେ ଦେଶ ୫୦ ହଜାର ୪,୨୫୦ ନମୁନା ପରୀକ୍ଷା କରିଛି। ଚୀନ୍, ଆମେରିକା ଏବଂ ରୁଷ୍ ପରେ ଭାରତ ଚତୁର୍ଥ ରାଷ୍ଟ୍ର ଭାବେ ୨ କୋଟିରୁ ଅଧିକ କରୋନା ନମୁନା ପରୀକ୍ଷା କରିଛି।
ଦେଶରେ କୋଭିଡ୍ ଟେଷ୍ଟ୍ ୨ କୋଟି ଟପିଲା
covid Test has crossed 2 crore in the india
/sambad/media/post_attachments/wp-content/uploads/2020/05/coronavirus-test-kit-1585457017.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)