ମୁମ୍ବାଇ: କଂଗ୍ରେସ ନେତା ନାନା ପଟୋଲେ ଆଜି ସର୍ବସମ୍ମତିକ୍ରମେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି। କଂଗ୍ରେସ-ଶିବସେନା-ଏନ୍ସିପି ମେଣ୍ଟ ତାଙ୍କୁ ମିଳିତ ଭାବେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରିବା ପରେ ବିଜେପି ମଧ୍ୟ ତାଙ୍କ ବିରୋଧରେ କିଶାନ କଠୋରେଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେବେ ନିର୍ବାଚନ ପୂର୍ବରୁ ବିଜେପି କିଶାନଙ୍କ ପ୍ରାର୍ଥୀତ୍ବକୁ ପ୍ରତ୍ୟାହାର କରିନେଇଥିଲା। ମହାରାଷ୍ଟ୍ର ବିଧାନସଭାର ପରମ୍ପରାକୁ ସମ୍ମାନ ଦେଇ ବିଜେପି ଏଭଳି ନିଷ୍ପତ୍ତି ନେଇଥିଲା। ପଟୋଲେ ବିଦର୍ଭର ସାକୋଲି ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ନିର୍ବାଚିତ କରାଯାଇଛି । ବିଧାନସଭା ଅଧ୍ୟକ୍ଷ ନାନା ପଟୋଲେ ଫଡ୍ନାଭିସଙ୍କୁ ବିରୋଧୀ ଦଳ ନେତା ଭାବେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଶିବସେନା, ଏନ୍ସିପି, କଂଗ୍ରେସ ମନ୍ତ୍ରୀମାନେ ବିଧାନସଭାରେ ଫଡନାଭିସଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
ପଟୋଲେ ବାଚସ୍ପତି, ଫଡନାଭିସ୍ ବିରୋଧୀ ଦଳ ନେତା ନିର୍ବାଚିତ
/sambad/media/post_attachments/wp-content/uploads/2019/12/f5xh4f65h4f56h4fs65h4fs654h65fffffffffffffff.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)