ନୂଆଦିଲ୍ଲୀ : କରୋନା ଭାଇରସ୍ ମୁକାବିଲା ପାଇଁ ଶିଶୁଙ୍କଠାରୁ ବି ଶିକ୍ଷା ଗ୍ରହଣ କରିବାକୁ ହେବ। କରୋନା ଭାଇରସ୍ କିଭଳି ବ୍ୟାପେ ଏବଂ ସାମାଜିକ ଦୂରତା ଅବଲମ୍ବନ ଦ୍ବାରା ସଂକ୍ରମଣର ଚେନ୍କୁ କିଭଳି ଭାଙ୍ଗିହୁଏ ସେନେଇ ଶିଶୁଙ୍କଠାରୁ ମଧ୍ୟ ଶିକ୍ଷା ଗ୍ରହଣ କରିବାପାଇଁ ମୋଦୀ ଆଜି ଏଭ ଭିଡିଓ ଟ୍ବିଟ୍ କରିଛନ୍ତି। ଏକ ୫୯ ସେକେଣ୍ଡ୍ର ଭିଡିଓ ପୋଷ୍ଟ୍ କରି ମୋଦୀ କହିଛନ୍ତି, ପିଲାଙ୍କ ଖେଳରୁ ବି କରୋନା ସଂକ୍ରମଣର ମୁକାବିଲା ପାଇଁ ବହୁତ ବଡ଼ ଶିକ୍ଷା ଗ୍ରହଣ କରିବାକୁ ହେବ। ମୋଦୀଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓରେ କିଛି ଶିଶୁ ଇଟାଦ୍ବାରା ଖେଳୁଥିବା ଦେଖିବାକୁ ମିଳିଛି। କରୋନା ଭାଇରସ୍ କିଭଳି ବ୍ୟାପେ ଏବଂ ସଂକ୍ରମଣର ଚେନ୍କୁ କିଭଳି ଭାଙ୍ଗି ହେବ ସେନେଇ କିଛି ଶିଶୁ ଇଟାର ବ୍ୟବହାର କରି ଏହାକୁ ବର୍ଣ୍ଣନା କରିଛନ୍ତି। ଏହି ଭିଡିଓଟିରେ ଜଣେ ଶିଶୁ କହୁଛନ୍ତି, ମନେକର ଏହି ଇଟାଗୁଡ଼ିକ ସମସ୍ତେ ମଣିଷ ଏବଂ ଏମାନଙ୍କ ମଧ୍ୟରୁ ଜଣେ କରୋନାରେ ସଂକ୍ରମିତ ହେଲେ। ସେହି ଜଣେ ମଣିଷ ହିଁ ଅନ୍ୟମାନଙ୍କୁ ଭାଇରସ୍ ସଂକ୍ରମିତ କରିପାରନ୍ତି ବୋଲି ସେ ବୁଝାଇଥିଲେ। ଏହା ବୁଝାଇବାପାଇଁ ଶିଶୁ ଜଣଙ୍କ ଧାଡ଼ି ହୋଇ ଥୁଆ ହୋଇଥିବା ଗୋଟିଏ ଇଟାକୁ ଟାଣିଦେଲେ ଏବଂ ଏହାପରେ ସମସ୍ତ ଇଟାଗୁଡ଼ିକ ଗୋଟିଏ ପରେ ଗୋଟେ ଖସିଯାଇଥିଲା। ଏହାଦ୍ବାରା ସେ ବୁଝାଇଥିଲେ ଜଣେ କିଭଳି ଅନ୍ୟକୁ ଭାଇରସ୍ ସଂକ୍ରମିତ କରନ୍ତି ଏବଂ ଏହା କିଭଳି ଅଧିକ ଲୋକଙ୍କୁ ବ୍ୟାପେ। ସେହିପରି କିଭଳି ସଂକ୍ରମଣର ଚେନ୍କୁ ଭାଙ୍ଗିବାକୁ ହେବ ବୋଲି ଅନ୍ୟ ଜଣେ ଶିଶୁ ପଚାରିବାରୁ ଏହାର ଉତ୍ତର ଦେବାକୁ ଯାଇ ଜଣେ ଶିଶୁ ପଡ଼ି ଯାଉଥିବା ଇଟା ମଝିରୁ ଗୋଟିଏ ଇଟାକୁ କାଢ଼ି ନେଇଥିଲେ। ଏହାଦ୍ବାରା ଏହି ଇଟା ପଛରେ ଥିବା ଅନ୍ୟ ଇଟା ଗୁଡ଼ିକ ଆଉ ତଳେ ପଡ଼ି ପାରିନଥିଲା। ସାମାଜିକ ଦୂରତା ଦ୍ବାରା ସଂକ୍ରମଣର ଚେନ୍କୁ ଭାଙ୍ଗିହେବ ବୋଲି ସେ ଏହାଦ୍ବାରା ବୁଝାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଟ୍ବିଟ୍, ଶିଶୁଙ୍କଠାରୁ ବି ଶିକ୍ଷା ଗ୍ରହଣ କରିବାକୁ ହେବ
/sambad/media/post_attachments/wp-content/uploads/2020/04/Modi-LIve-Speech_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)